ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

ଭୁବନେଶ୍ୱର : ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ ହୋଇଛି । କୋଲକତାର ଏକ ହସ୍ପିଟାଲରେ ୮୯ ବର୍ଷ ବୟସରେ ପରୋଲୋକ ହୋଇଛି ।୨୦୦୪ରୁ ୨୦୦୯ ଯାଏ ଲୋକସଭାର ବାଚସ୍ପତି ଥିଲେ । ଏହା ସହ ସେ ୧୦ ଥର ସାଂସଦ ଥିଲେ । ଗତକାଲି ସକାଳେ ସେ ହୃଦ୍ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରେ ରଖାଯାଇଥିଲା । ଗତ ଜୁନ୍ ମାସରେ ଶ୍ରୀ ଚାଟାର୍ଜୀଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତିି କରାଯାଇଥିଲା । ତାଙ୍କ ବିୟୋଗରେ ସାରାଦେଶରେ ଶୋକ ପ୍ରକାଶ ପାଇଛି ।