ପୋଲିସ-ମାଓବାଦୀ ଗୁଳିବିନିମୟ, ୪ ମାଓବାଦୀ ନିହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳିବିନିମୟ ଫଳରେ ୪ ମାଓବାଦୀ ନିହତ ହୋଇଛନ୍ତି । ଆବୁଝାମାଡ଼ ଜଙ୍ଗଲରେ ପୋଲିସର କୁମ୍ବିଙ୍ଗ ଅପରେସନ ବେଳେ ଏହି ସଫଳତା ମିଳିଛି । ଘଟଣା ସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ସହ ବନ୍ଧୁକ ଜବତ କରିଛି ପୋଲିସ ।ଏବେବି ପୋଲିସ ମାଓବାଦୀ ମଧ୍ୟରେ ଜାରି ରହିଛି ଗୁଳିବିନିମୟ । ଏନେଇ ସୂଚନା ଦେଇଛନ୍ତି ନାରାୟଣପୁର ଏସପି ।

ସୂଚନା ଅନୁସାରେ ଏପ୍ରିଲ ୧୬ରେ ଛତିଶଗଡ଼ର କାଙ୍କେର ଜିଲ୍ଲା ଛୋଟେବେଠିୟା ଥାନା କଲପର ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୯ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଗୁଳିବିନିମୟରେ ଆହତ ହୋଇଥିଲେ ୩ ଜଣ ସୁରକ୍ଷାକର୍ମୀ । ଘଟଣାସ୍ଥଳରୁ ବିପୁଳ ପରିମାଣର ଏକେ ୪୭, ଇନସାସ, ଏସଏଲଆର, କାର୍ବାଇନ ଓ ୩୦୩ ରାଇଫଲ୍ ସ ଜବତ ହୋଇଥିଲା । ଆହତ ସୁରକ୍ଷାକର୍ମୀଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାରଲିଫଟ କରାଯାଇଥିଲା ।