ବିଶ୍ବ ଭୂଷଣ ଦାସଙ୍କୁ କାକଟପୁର ବିଧାନସଭା ଆସନ ପାଇଁ ଟିକେଟ ଦେଲା କଂଗ୍ରେସ

କାକଟପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ବିଶ୍ବ ଭୂଷଣ ଦାସଙ୍କୁ କଂଗ୍ରେସ କାକଟପୁରରୁ ପ୍ରାର୍ଥୀ କରିଛି। କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ ବିଶ୍ବଭୂଷଣ। ତେବେ ବିଶ୍ବଭୂଷଣଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ସେଠାରେ ବିଜେପି ବାଇଧର ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା।

ଏହା ପରେ ବିଶ୍ବଭୂଷଣ ପୁଣି କଂଗ୍ରେସକୁ ଫେରି ଆସିଥିଲେ। ୨୦୦୯ ଓ ୨୦୧୯ରେ କାକଟପୁର ଆସନରୁ କଂଗ୍ରେସ ଟିକେଟରେ ବିଶ୍ବଭୂଷଣ ନିର୍ବାଚନ ଲଢିଛନ୍ତି।