ଶୀତ ଦିନିଆ ଫେସପ୍ୟାକ : କେମିତି କରିବେ ଜାଣନ୍ତୁ

ଶୀତଦିନେ ଥଣ୍ଡା ପଡ଼ିବା ଯୋଗୁ ତ୍ୱଚା ରୁକ୍ଷ ହୋଇଯାଇଥାଏ । ତେଣୁ ତ୍ୱଚାର ସ୍ୱତନ୍ତ୍ର ଯତ୍ନ ନେବା ଜରୁରୀ । ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ଫେସ୍ପ୍ୟାକ୍ ବ୍ୟବହାର କରନ୍ତୁ ।
† ଅଙ୍ଗୁରକୁ ଗ୍ରାଇଣ୍ଡିଂ କରି ନିଅନ୍ତୁ । ସେହି ପ୍ୟାକ୍କୁ ମୁହଁରେ ଲଗାଇ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ ।
† ଅଙ୍ଗୁର ପରି ଷ୍ଟ୍ରବେରୀ ପ୍ୟାକ୍ ମଧ୍ୟ ଶୀତଦିନେ ତ୍ୱଚା ପାଇଁ ଖୁବ୍ ଭଲ କାମ ଦେଇଥାଏ । ଏହା ତ୍ୱଚାର ନମନୀୟତାକୁ ବଜାୟ ରଖିଥାଏ ।
† ଲହୁଣୀ ତ୍ୱଚା ପାଇଁ ଖୁବ୍ ଉପାଦେୟ । ତେବେ ଶୀତଦିନେ ଏହାର ଗୁରୁତ୍ୱ ଆହୁରି ବଢିଯାଇଥାଏ । କିଛି ଲହୁଣୀକୁ ହାଲ୍କା ଭାବେ ମୁହଁରେ ମାଲିସ କରନ୍ତୁ । ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ ।
† ନଡ଼ିଆ କ୍ଷୀର ତ୍ୱଚାର ନମନୀୟତା ବଜାୟ ରଖିବା ସହିତ ତାକୁ ପୋଷଣ ମଧ୍ୟ ଦେଇଥାଏ । ତେଣୁ ସପ୍ତାହରେ ଅତ୍ୟନ୍ତ ଭାବେ ଦୁଇଥର ନଡ଼ିଆ କ୍ଷୀରକୁ ତ୍ୱଚାରେ ଲଗାଇ ଧୋଇ ନିଅନ୍ତୁ ।
† ବଗିଚାରେ ଘିକୁଆଁରୀ ଗଛରୁ ଖଣ୍ଡେ ଭାଙ୍ଗି ଆଣି ମୁହଁରେ ଘଷନ୍ତୁ । ଏହାକୁ ଆପଣ ଖାଇ ମଧ୍ୟ ପାରିବେ ।
† ଏସବୁ ବ୍ୟତୀତ ଆଲ୍ମଣ୍ଡ ଅଏଲ୍ ଫେସ୍ପ୍ୟାକ୍ ମଧ୍ୟ ତ୍ୱଚା ପାଇଁ ଉପକାରୀ । ବାଦାମ ତେଲରେ ଲହୁଣୀ ମିଶାଇ ମୁହଁରେ ମାଲିସ କରନ୍ତୁ । ଏହାଦ୍ୱାରା ତ୍ୱଚାର ରୁକ୍ଷତା ଦୂର ହେବ ।