ବନ୍ଧୁକ କଟକଣା

ଗୃହମନ୍ତ୍ରୀ ଅମିତ ଶାହା ଆଉ ଏକ ବିଲ୍ ଆଣୁଛନ୍ତି । ୧୯୫୯ ଆର୍ମସ୍ ଆକ୍ଟ ସଂଶୋଧନ ବିଲ୍ ଆସିବ । ଏହା ଅନୁଯାୟୀ ଜଣେ ବ୍ୟକ୍ତି ଗୋଟିଏରି ଅଧିକ ବନ୍ଧୁକ ରଖିପାରିବନି । ଆଇନ ଅମାନ୍ୟ କଲେ ୭ବର୍ଷ ଜେଲ ଦଣ୍ଡ ସହ କଠୋର ଜୋରିମାନା ଭୋଗିବାକୁ ପଡିପାରେ । ଆଗରୁ ବନ୍ଧୁକ ଲାଇସେନସ୍ ନେଇଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ଆଇନ ଲାଗୁ ହେବ । ସାମାଦିକ ଏବଂ ଧାର୍ମିକ ଉତ୍ସବରେ ବନ୍ଧୁକର ବ୍ୟବହାର ହୋଇ ପାରିବ ନାହିଁ । ସୈନିକମାନଙ୍କର ଯଦି ବ୍ୟକ୍ତିଗତ ବନ୍ଧୁକ ଥାଏ ତେବେ ବ୍ୟବହାର ନଥିବା ବେଳେ ଏସବୁକୁ ଆତ୍ମସମର୍ପଣ କରିବାକୁ ପଡିବ । ଆଗରୁ ଗୋଟିଏ ବନ୍ଧୁକ ଲାଇସେନସ୍ ଥିବା ବ୍ୟକ୍ତିଙ୍କୁ ଆଉ ଗୋଟିଏ ଲାଇସେନସ୍ ମିଳି ଯାଉଥିବା । ତେବେ ଅମିତ ଶାହା ଅପରାଧ ରୋକିବା ଉଦ୍ଦେଶ୍ୟରେ ଆଣୁଛନ୍ତି ନୂଆ ବିଲ୍ । ବିଶେଷ କରି ରାଦନୈତିକ ହିଂସା ରୋକିବା ବିଲ୍୍ ର ଉଦ୍ଦେଶ୍ୟ ।