ଗାଲରେ କରନ୍ତୁ ଗେଲ, ଜାଣନ୍ତୁ ଚିକରେ କିସ ( ଚୁମ୍ବନ) କରିବାର ଫାଇଦା

ନୂଆଦିଲ୍ଲୀ : ନିଜ ଭଲ ପାଇବା ବା ପ୍ରେମକୁ ପ୍ରକାଶ କରିବାକୁ ଅନେକ କିସ କରିଥାନ୍ତି ବା ଚୁମ୍ବନ ଦେଇଥାନ୍ତି । କାହିଁକି ନା ମନର ଭଲ ପାଇବାର ଭା,ା କହିବା ଲାଗି ଚୁମ୍ବନ ହିଁ ସବୁ ଠୁ ବଡ ମାଧ୍ୟମ । ତେବେ କେହି କେହି ଗାଲ ବା ଚିକରେ କିସ କରିବାକୁ ପସନ୍ଦ କରିଥିବାବେଲେ କେହି କେହି ଓଟ ଓ କପାଳରେ କିସ କରନ୍ତି । ହେଲେ ଗାଲରେ କିସ କରିବାର ସବୁଠୁ ବଡ ଫାଇଦା ରହିଛି ।

କିସ୍‌ ବା ଚୁମ୍ବନ ସବୁ ସମ୍ପର୍କକୁ ମଜଭୂତ କରିଥାଏ। ପରସ୍ପର ଭିତରେ ଦୂରତାକୁ ନିକଟତର କରିଥାଏ ଚୁମ୍ବନ। ହେଲ ଗାଲରେ ଚୁମ୍ବନ ଦେବା ସବୁଠାରୁ ନିଆରା ହୋଇଥିବା ବେଳେ ଏହାଦ୍ୱାରା ମଧ୍ୟ ଅନେକ ଲାଭ ମିଳିଥାଏ ବୋଲି ଆମକୁ ଜଣା ନ ଥାଏ। -ଗାଲରେ ଚୁମ୍ବନ ଦେଲେ ମନ ପ୍ରଫୁଲ୍ଲ ହୁଏ। ଆହୁରି ମଧ୍ୟ ଗାଲରେ ଚୁମ୍ବନ ଦେଲେ ଏଣ୍ଡୋଫ୍ରିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହାଦ୍ୱାରା ପରସ୍ପର ଭିତରେ ସମ୍ପର୍କ ନିବିଡ ହୋଇଥାଏ ଓ ମନରେ ଆପଣା ଭାବ ଜନ୍ମ ନେଇଥାଏ। -ଚିନ୍ତାଗ୍ରସ୍ତ ଥିବା ସମୟରେ କେହି ଆପଣାର ବ୍ୟକ୍ତି ଗାଲରେ ଚୁମ୍ବନ ଦେଲେ ଜଣେ ଚିନ୍ତା ଲାଘବ ହୋଇଥାଏ। -ଚୁମ୍ବନ ଦେବା ସମୟରେ ଶରୀରରେ ପୁଣି ଏଣ୍ଡ୍ରୋନିଲ୍‌ ହରମୋନ୍‌ ନିର୍ଗତ ହୋଇଥାଏ। ଯାହା ସମଗ୍ର ଶରୀରକୁ ରକ୍ତ ସଞ୍ଚାଳନ କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ହୃଦ୍‌ଘାତ ସମସ୍ୟା ମଧ୍ୟ ଦୂରେଇ ଯାଏ। -ଗାଲରେ ଚୁମ୍ବନ ଦେଲେ ମନରେ ଶାନ୍ତି ଆସିଥାଏ। ଏହାସହ ରକ୍ତ ସଞ୍ଚାଳନ ଠିକ୍‌ ହେଉଥିବାରୁ ଉଚ୍ଚ ରକ୍ତଚାପକୁ ମଧ୍ୟ ଦୂରେଇ ଦେଇ ହୋଇଥାଏ।

 

ବାହାହେବାର ମାସକ ଯାଏ ନିଜ ବରକୁ ଛାଡି ସବୁ ରାତିରେ ଅଧଘଣ୍ଟା ଏ କାହା ସହ କଣ କରେ ନବ ବଧୁ