ପତଳା ଓଠ ଥିବା ଝିଅ ବେଶୀ ରୋମାଣ୍ଟିକ !

ମୁମ୍ବାଇ : ଆପଣଙ୍କ ପ୍ରେମିକାଙ୍କ ଓଠ ଲମ୍ବା କି ? ତେବେ ଆପଣ ଜାଣନ୍ତୁ ଆପଣଙ୍କ ପ୍ରେମିକା  ଅଧିକ ରୋମାଣ୍ଟିକ  ।  ଏକ ଜାତୀୟ ସଂସ୍ଥାର ଗବେଷଣାରୁ ଏକଥା ସ୍ପଷ୍ଟ ହୋଇଥିବା ଖବର ଆସିଛି ।   ବିଭିନ୍ନ ଆକୃତିର ଓଠ ଥିବା ମହିଳା ଓ ଯୁବତୀ ମାନଙ୍କୁ  ବିଭିନ୍ନ ପ୍ରଶ୍ନ ପଚାରା ଯାଇଥିଲା ଆଉ ସେଥିରୁ ଏହି ତଥ୍ୟ ପଦାକୁ ଆସିଛି  ବୋଲି କୁହାଯାଉଛି । 

ମହିଳାଙ୍କ ଓଠ ହିଁ ପୁରୁଷମାନଙ୍କୁ ଆକର୍ଷିତ କରିଥାଏ। ତେବେ ଏହି ଓଠକୁ ଦେଖି ଜାଣି ହୁଏ ମହିଳାଙ୍କ ସ୍ବଭାବ ବିଷୟରେ । ଓଠ ହେଉଛି ସବୁଠାରୁ ସମ୍ବେଦନଶୀଳ ଅଙ୍ଗ। ଓଠରେ ଛିଦ୍ର ନ ଥିବାରୁ ଏହା ସହଜରେ ଶୁଖିଯାଏ ଓ ଝାଳ ବାହାରି ନ ଥାଏ। ଆହୁରି ମଧ୍ୟ ବୟସ ବଢିଲେ ଓଠର ଆକାରରେ ପରିବର୍ତ୍ତନ ହୋଇଥାଏ। ତେବେ ଯୁବାବସ୍ଥାରେ ଓଠର ଆକାର ଦେଖି ଜଣେ ମହିଳାଙ୍କ ସ୍ବଭାବ ବିଷୟରେ ଜାଣିହୁଏ। ଯେଉଁମାନଙ୍କର ଓଠ ଲାଲ ଓ ପତଳା ହୋଇଥାଏ ସେମାନେ ଟିକେ ଅଧିକ ରୋମାଣ୍ଟିକ ବୋଲି କୁହାଯାଏ। ହେଲେ ଯେଉଁମାନଙ୍କ ଓଠ ବାହାରକୁ ସାମାନ୍ୟ ବାହାରି ରହିଥାଏ ଓ ଲମ୍ବା ହୋଇଥାଏ ସେମାନେ ସାମନ୍ୟ ରୋମାଣ୍ଟିକ ବୋଲି କୁହାଯାଏ।