ଜାଣନ୍ତୁ କେମିତି କରିବେ ଚକ୍ଷୁଦାନ, କଣ ରହିଛି ନିୟମ

ଏଲଭିପିଇଆଇ ଚକ୍ଷୁ-ଦାନ ହେଲ୍ପଲାଇନ୍‌: ୦୬୭୪-୨୬୫୩୦୦୬/ ୯୩୩୭୭୦୪୬୩୭

ଜାତୀୟ ଚକ୍ଷୁ ଦାନ ପକ୍ଷକୁ ପ୍ରତି ବର୍ଷ ୨୫ ଅଗଷ୍ଟରୁ ୮ ସେପ୍ଟେମ୍ବର ମଧ୍ୟରେ ପାଳନ କରାଯାଏ । ଏହାର ଏଦ୍ଦେଶ୍ୟ ହେଉଛି ଚକ୍ଷୁ ଦାନ ସର୍ମ୍ପକରେ ସଚେତନ କରାଇବା ଓ ମୃତ୍ୟୁ ପରେ ଲୋକଙ୍କୁ ଚକ୍ଷୁ ଦାନ ପାଇଁ ପ୍ରୋତ୍ସାହିତ କରିବା । ବର୍ଷ ସାରା ଏବଂ ନିର୍ଦ୍ଧିଷ୍ଟ ଭାବରେ ଏହି ପକ୍ଷରେ, ଏଲ ଭି ପସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍ (ଏଲଭିପିଇଆଇ) ଏହାର ନେଟ୍‌ୱାର୍କ ସେଣ୍ଟରମାନଙ୍କ ମଧ୍ୟରେ ଅନେକ ଗୁଡାଏ କର୍ଯ୍ୟକ୍ରମ କରିଥାଏ ଯଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ଚକ୍ଷୁ ଦାନ ସର୍ମ୍ପକରେ ସଚେତନତା ସୃଷ୍ଟି ହୋଇପାରିବ । ଏହାର ଲକ୍ଷ୍ୟ ହେଉଛି କର୍ଣ୍ଣିଆଜନିତ ଦୃଷ୍ଟିହୀନତାକୁ ଦୂର କରିବା ପାଇଁ ଯେପରି ଗୁଣମାନର କର୍ଣ୍ଣିଆ ଟିସ୍ୟୁର ଉପଲବ୍ଧତାରେ ସମସ୍ୟା ଦେଖାଦେବ ନାହିଁ ।

ଏଲ ଭି ପସାଦ ଚକ୍ଷୁ ପ୍ରତିଷ୍ଠାନ ଲେକାମାନଙ୍କୁ ଚକ୍ଷୁ ଦାନ କରିବା ପାଇଁ ଅନୁରୋଧ କରୁଛି
ପ୍ରତିକାରଯୋଗ୍ୟ ଦୃଷ୍ଟିହୀନତାକୁ ଦୂର କରିବା ପାଇଁ ଏକ ପ୍ରଚେଷ୍ଟା
ଏଲଭିପିଇଆଇ ଚକ୍ଷୁ-ଦାନ ହେଲ୍ପଲାଇନ୍‌: ୦୬୭୪-୨୬୫୩୦୦୬/ ୯୩୩୭୭୦୪୬୩୭

ଭାରତରେ କର୍ଣ୍ଣିଆ ଜନିତ ରୋଗ ଦୃଷ୍ଟିହୀନତାର ଏକ ପ୍ରମୁଖ କାରଣ । ଭାରତରେ ରହିଥିବା ୧୦ ନିୟୁତ ଦୃଷ୍ଟିହୀନଙ୍କ ମଧ୍ୟରୁ ୨ ନିୟୁତରୁ ଅଧିକ ଲୋକ କର୍ଣ୍ଣିଆ ଜନିତ ରୋଗ ଦୃଷ୍ଟିହୀନତାରେ ପ୍ରଭାବିତ- ସେମାନଙ୍କ ମଧ୍ୟରୁ ୬୦%ଙ୍କ ବୟସ ୧୨ ବର୍ଷରୁ କମ୍ । ଏହା କର୍ଣ୍ଣିଆ ଜନିତ ରୋଗ, ଆଘାତ ବା ସଂକ୍ରମଣ କାରଣରୁ ହୋଇପାରେ । କର୍ଣ୍ଣିଆ ପ୍ରତିରୋପଣ ହେଉଛି କର୍ଣ୍ଣିଆ ଜନିତ ଦୃଷ୍ଟିହୀନତକୁ ଦୂର କରିବାର ଏକ ମାତ୍ର ମାଧ୍ୟମ ଯାହାକୁ ବ୍ୟକ୍ତିଙ୍କର ମୃତ୍ୟୁ କ୍ଷେତ୍ରରେ ତାଙ୍କ ଠାରୁ ଦାନ ମଧ୍ୟରେ ସଂଗୃହିତ ସୁସ୍ଥ କର୍ଣ୍ଣିଆର ପ୍ରତିରୋପଣ ମଧ୍ୟମରେ କରାଯାଇଥାଏ ।
ଭାରତରେ ଦୃଷ୍ଟି ଶକ୍ତିର ପୁନଃସ୍ଥାପନରେ ଏଲଭିପିଇଆଇର ଚକ୍ଷୁ ବ୍ୟାଙ୍କ ନେଟ୍‌ୱାର୍କ ସର୍ବବୃହତ ଅଟେ ଓ କର୍ଣ୍ଣିଆ ପ୍ରତିରୋପଣ ଅପେକ୍ଷା ସମୟକୁ ଏହା ବହୁ ମାତ୍ରାରେ ହ୍ରାସ କରିପାରିଛି ଏବଂ ୨୦୧୯ ରେ ଏକ ଲକ୍ଷ କର୍ଣ୍ଣିଆ ସଂଗ୍ରହ କରିବାର ମାଇଲ୍ ଖଣ୍ଟ ହାସଲ କରିଛି । ଏଲଭିପିଇଆଇ ନେଟ୍‌ୱାର୍କ ମଧ୍ୟରେ କର୍ଣ୍ଣିଆ ପ୍ରତିରୋପଣ ପାଇଁ ଏହାକୁ ବ୍ୟବହାର କରାଯାଏ ଏବଂ ଏହା ସହିତ ଅନୁଷ୍ଠାନ ମଧ୍ୟ ଏଲଭିପିଇଆଇ ନେଟ୍‌ୱାର୍କ ବାହାରେ ରହିଥିବା ସର୍ଜନ ମାନଙ୍କୁ କର୍ଣ୍ଣିଆ ଆବଣ୍ଟିତ କରିଥାଏ । ୪୦% କର୍ଣ୍ଣିଆକୁ ଦୃଷ୍ଟି ଶକ୍ତିର ପୁନଃସ୍ଥାପନା ସର୍ଜରୀ ପାଇଁ ସାରା ଭାରତରେ ଆବଣ୍ଟିତ କରାଯାଇଛି ଯାହାକୁ ଏଲଭିପିଇଆଇ ନେଟ୍‌ୱାର୍କ ଚକ୍ଷୁ ବ୍ୟାଙ୍କ ପ୍ରଦାନ କରିଛନ୍ତି । କେବଳ ମୃତ ବ୍ୟକ୍ତିଙ୍କ ଠାରୁ ଚକ୍ଷୁ ଦାନ ମାଧ୍ୟମରେ କର୍ଣ୍ଣିଆ ଜନିତ ଦୃଷ୍ଟିହୀନ ବ୍ୟକ୍ତିଙ୍କ ଦୃଷ୍ଟି ଶକ୍ତିକୁ ପୁନଃସ୍ଥାପିତ କରାଯାଇ ପାରିଥାଏ । କିନ୍ତୁ ଚକ୍ଷୁ ଦାନ ସର୍ମ୍ପକିତ ସଚେତନତାର ଅଭାବ, ଭ୍ରାନ୍ତଧାରଣା ଓ ଭୟ ହେତୁ ଲୋକମାନେ ଚକ୍ଷୁ ଦାନ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ବତ୍ତମାନର କର୍ଣ୍ଣିଆ ସଂଗ୍ରହ ମାଧ୍ୟମରେ କେବଳ ଏକ ଚତୁର୍ଥାଂଶ କର୍ଣ୍ଣିଆ ପ୍ରତିରୋପଣ ରୋଗୀଙ୍କର ଆବଶ୍ୟକତାକୁ ପୁରଣ କରାଯାଇପାରୁଛି । କର୍ଣ୍ଣିଆ ଜନିତ ଦୃଷ୍ଟିହୀନତାର ପରିମାଣ ବହୁତ ଅଧିକ ଓ ଏହାର ପ୍ରତିକୂଳ ପ୍ରଭାବ ସାରାଦେଶରେ ଏହା ଠାରୁ ମଧ୍ୟ ଅଧିକ ।

ଦୃଷ୍ଟି ଶକ୍ତି ପୁନଃସ୍ଥାପନା ପାଇଁ କର୍ଣ୍ଣିଆ ପ୍ରତିରୋପଣ ସର୍ଜରୀକୁ ଏଲଭିପିଇଆଇର ମିଠୁ ତୁଳସୀ ଚାନାରାଇ କ୍ୟାମ୍ପସ୍‌, ଭୁବନେଶ୍ୱର, ଓଡିଶାରେ କରାଯାଇଛି । ଏଲଭିପିଇଆଇର ଭୁବନେଶ୍ୱର କ୍ୟାମ୍ପସ୍‌ରେ ଥିବା ଅତ୍ୟାଧୁନିକ ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ ଓଡିଶା ଓ ଏହାର ପଡୋଶୀ ରାଜ୍ୟ ମାନଙ୍କରେ ଚକ୍ଷୁ ଦାନ ପ୍ରକିୟାକୁ ବୃଦ୍ଧି କରିବାପାଇଁ ଲକ୍ଷ୍ୟ ରଖିଛି ଯଦ୍ୱାରା ଏହି ଅଞ୍ଚଳକୁ କର୍ଣ୍ଣିଆ ଜନିତ ଦୃଷ୍ଟିହୀନତାରୁ ମୁକ୍ତ କରାଯାଇପାରିବ । ସମସ୍ତ ମୌଳିକ କାର୍ଯ୍ୟ ଯଥା ଗ୍ରହଣ, ମୂଲ୍ୟାୟନ ଓ ରାଜ୍ୟର ସମସ୍ତ ସର୍ଜନକୁ କର୍ଣ୍ଣିଆର ଅବଣ୍ଟନ ଏହି ଚକ୍ଷୁ ବ୍ୟାଙ୍କରେ କରାଯାଇଥାଏ । ୨୦୦୭ରେ ଏହା ଆରମ୍ଭ ହେବା ଠାରୁ ଏଲଭିପିଇଆଇର ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ ୯୭୫୬ଟି କର୍ଣ୍ଣିଆ ସଂଗ୍ରହ କରିଛି ।
“ଆମେ ଲୋକମାନଙ୍କୁ ଚକ୍ଷୁ ଦାନ କରିବା ପଇଁ ସଂକଳ୍ପ ନେବା ନିମନ୍ତେ ଅନୁରୋଧ କରୁଛୁ । ଏହା ସହିତ ଦାତା ଚକ୍ଷୁ ଦାନ କରିବାର ଇଚ୍ଛା ବିଷୟରେ ତାଙ୍କର ପରିବାରକୁ ଅବଗତ କରାଇବା ଓ ଏହାକୁ ତାଙ୍କର ମୃତ୍ୟୁ ପରେ କରାଇବାକୁ ଅନୁରୋଧ କରିବା ଆବଶ୍ୟକ । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ଓ ତାଙ୍କର ପରିବାର ସଦସ୍ୟଙ୍କ ସହମତିରେ ହିଁ ଚକ୍ଷୁ ଦାନ କରାଯାଇପାରେ । ଚକ୍ଷୁ ଦାନ ଦ୍ୱାରା ଆମେ ଅନ୍ୟ କାହାରିକୁ ଦୃଷ୍ଟି ଶକ୍ତି ପ୍ରଦାନ କରିପାରିବା ଓ ମୃତ ବ୍ୟକ୍ତିଙ୍କୁ ସର୍ବଦା ଏହା ମାଧ୍ୟମରେ ଜୀବିତ ରଖିପାରିବା ବୋଲି କହିଛନ୍ତି ଡା. ସୁଜାତା ଦାସ, ମିଠୁ ତୁଳସୀ ଚାନାରାଇ କ୍ୟାମ୍ପସ୍‌, ଭୁବନେଶ୍ୱର ।”
ଚକ୍ଷୁ ବ୍ୟାଙ୍କିଂ ସର୍ମ୍ପକିତ କିଛି ଭ୍ରାନ୍ତ ଧାରଣା ଓ ଭୟକୁ ଏଠାରେ ଦୂର କରିବା ପଇଁ ଚେଷ୍ଟା କରାଯାଇଛି:
କୋଭିଡ୍ ସମୟରେ ଚକ୍ଷୁ ଦାନ କରିବା ନିରାପଦ ଅଟେ କି?
ହଁ, ଯଦି ସୁରକ୍ଷାତ୍ମକ ପଦକ୍ଷେପ ଓ ସର୍ବତ୍ତମ ଅଭ୍ୟାସର ଅନୁପାଳନ କରାଯାଇଥାଏ ।
କେଉଁମାନେ କର୍ଣ୍ଣିଆ ଦାନ କରିପାରିବେ?
ଯେକେହି ଯେକୌଣସି ବୟସ ବର୍ଗରେ ତାଙ୍କର ଆଖିକୁ ମୃତ୍ୟୁ ପରେ ଦାନ କରିପାରିବେ । ଏପରିକି ଡାଇବେଟିସ୍‌, ଆସ୍ଥମା, ଉଚ୍ଚ ରକ୍ତଚାପ ଥିବା ରୋଗୀ ତଥା ଯେଉଁମାନେ ପୂର୍ବରୁ ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର କରାଇଛନ୍ତି ଓ ଚଷମା ପିନ୍ଧୁଥିବା ବ୍ୟକ୍ତିମାନେ ମଧ୍ୟ ଚକ୍ଷୁ ଦାନ କରିପାରିବେ ।
କଣ ଜଣେ କୋଭିଡ୍ ସଂକ୍ରମିତ ବ୍ୟକ୍ତି ଚକ୍ଷୁ ଦାନ କରିପାରିବେ?
ହଁ, ଯଦି ବ୍ୟକ୍ତି ଜଣଙ୍କ କୋଭିଡ୍ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥାନ୍ତି ଓ ମୃତ୍ୟୁର କରାଣ ସକ୍ରିୟ କୋଭିଡ୍ ସଂକ୍ରମଣ ବା ଏହାର ଜଟିଳତା କାରଣରୁ ହୋଇନଥାଏ ।
କର୍ଣ୍ଣିଆ ନେବା ପାଇଁ କଣ ସମ୍ପୁର୍ଣ୍ଣ ଆଖିକୁ ବାହାର କରାଯାଇଥାଏ କି?
ନା, ଡୋଳା ସମ୍ମୁଖରେ ଥିବ ପତଳା ସ୍ୱଚ୍ଛ ଲେୟାର ଯାହାକୁ କର୍ଣ୍ଣିଆ କୁହାଯାଏ ତାହାକୁ କେବଳ ବାହାର କରାଯାଇଥାଏ । ଚକ୍ଷୁ ଡୋଳା ସେହିପରି ସ୍ଥିତିରେ ରହିଥାଏ ।
ଚକ୍ଷୁ ଦାନ କରିବା ଦ୍ୱାରା ମୁହଁ ଖରାପ ହୋଇଯିବ କି?
କର୍ଣ୍ଣିଆ ବାହର କରିବା ପରେ ମଧ୍ୟ ଚକ୍ଷୁ ଡୋଳା ଅପରିବର୍ତ୍ତୀତ ସ୍ଥିତିରେ ରହିଥାଏ, ତେଣୁ କର୍ଣ୍ଣିଆ ବାହର କରିବା ଦ୍ୱାରା ମୁହଁରେ କୌଣସି ପ୍ରକାର ଅସ୍ୱାଭାବିକତା ଦେଖା ଦେବ ନାହିଁ ।
ମୃତ୍ୟୁର କେତେ ସମୟ ମଧ୍ୟରେ କର୍ଣ୍ଣିଆକୁ ବାହର କରାଯିବା ଉଚିତ?
କର୍ଣ୍ଣିଆକୁ ମୃତ୍ୟୁର ୯ ଘଣ୍ଟା ମଧ୍ୟରେ ବାହାର କରିବା ଆବଶ୍ୟକ ।
ଚକ୍ଷୁ ଦାନ କରିବା ପାଇଁ ମୃତ ବ୍ୟକ୍ତି/ ଦାତାଙ୍କୁ ହସ୍ପିଟାଲକୁ ନେବା ଆବଶ୍ୟକ କି?
ଚକ୍ଷୁ ବ୍ୟାଙ୍କ ଟିମ୍ ଦାତାଙ୍କ ଘରୁ ବା ହସ୍ପିଟାଲ (ଯେଉଁଠାରେ ମୃତ୍ୟୁ ହୋଇଥିବ) କୁ ଯିବେ ଓ କର୍ଣ୍ଣିଆଲ୍ ଏକ୍ସିସନ୍ (ବାହାର) କରିବେ ।
ଦାନ କରିଥିବା ପରିବାର ଗ୍ରହିତାଙ୍କ ପରିଚୟ ଜାଣିପାରିବେ କି?
ନା, ଦାତା-ଗ୍ରହିତା ସୂଚନା ସମ୍ପୂର୍ଣ୍ଣ ଭାବରେ ଗୋପନୀୟ ରଖାଯାଇଥାଏ ।
ଦାନ କରିଥିବା ପରିବାର କୌଣସି ଟଙ୍କା ଗ୍ରହଣ କରିଥାନ୍ତି କି?
ନା, ମନୁଷ୍ୟର ଆଖି, ଅଙ୍ଗ ବା ଟିସ୍ୟୁ କୁ କିଣିବା ବିକିବା ବେଆଇନ୍ ଅଟେ । କର୍ଣ୍ଣିଆ ସଂଗ୍ରହର ସମସ୍ତ ଖର୍ଚ୍ଚକୁ ଚକ୍ଷୁ ବ୍ୟାଙ୍କ ଦ୍ୱାରା ବହନ କରିଯାଇଥାଏ ।
ଧାର୍ମିକ କର୍ତ୍ତୁପକ୍ଷମାନେ ଚକ୍ଷୁ ଦାନକୁ ସମର୍ଥନ କରନ୍ତି କି?
ଔଁ, ସମସ୍ତ ଧର୍ମ ଏହାକୁ ସମର୍ଥନ କରିଥାନ୍ତି ।
କଣ ସମସ୍ତ କର୍ଣ୍ଣିଆ, କର୍ଣ୍ଣିଆ ପ୍ରତିରୋପଣ ପଇଁ ଉପଯୁକ୍ତ ଅଟେ?
ଏଡସ୍‌, ଜଣ୍ଡିସ୍‌, ରାବିସ୍‌, ସିଫିଲିସ୍‌, ଟିଟାନସ୍‌, ସେପଟିସମିଆ ଓ ଭାଇରାଲ୍ ରୋଗରେ ପୀଡିତ ବ୍ୟକ୍ତିଙ୍କର କର୍ଣ୍ଣିଆ ପ୍ରତିରୋପଣ ପାଇଁ ଅନୁପଯୁକ୍ତ ବୋଲି ଧରାଯାଏ ।
ସମ୍ଭାବ୍ୟ ଦାତାଙ୍କୁ କୌଣସି ସଂକ୍ରାମକ ରୋଗ ପାଇଁ ଯାଞ୍ଚ କରାଯାଇଥାଏ କି?
ହଁ, କେବଳ ସଂକ୍ରାମକ ରୋଗରୁ ମୁକ୍ତ ଦାତାଙ୍କର କର୍ଣ୍ଣିଆକୁ ପ୍ରତିରୋପଣ ପାଇଁ ବ୍ୟବହାର କରାଯାଇଥାଏ ।
ସର୍ଜରୀ ପାଇଁ ବ୍ୟବହୃତ ହେଉନଥିବା କର୍ଣ୍ଣିଆର କଣ ହୋଇଥାଏ?
ଏହି କର୍ଣ୍ଣିଆ ଗୁଡିକୁ ଚକ୍ଷୁ ରୋଗ ସମ୍ପର୍କିତ ଗବେଷଣା ଓ ଚକ୍ଷୁ ସର୍ଜରୀ ସମ୍ପର୍କିତ ଅତ୍ସୋପଚାର ତାଲିମ୍ ପାଇଁ ବ୍ୟବହାର କରାଯାଏ ।
କର୍ଣ୍ଣିଆଲ୍ ଦୃଷ୍ଟିହୀନତା: ଯେପର୍ଯ୍ୟନ୍ତ କର୍ଣ୍ଣିଆ ସ୍ୱଚ୍ଛ ରହିଥାଏ, ଆଲୋକ ଏହା ମଧ୍ୟ ଦେଇ ଗତି କରିପାରେ ଓ ଜଣେ ବ୍ୟକ୍ତି ସ୍ୱାଭାବିକ ଭାବରେ ଦେଖି ପାରିଥାନ୍ତି । ବେଳେ ବେଳେ କର୍ଣ୍ଣିଆ ଓପାକ୍ ବା କ୍ଲାଉଡି (ଯେତେବେଳେ କ୍ଷତିଗ୍ରସ୍ତ ହୋଇଥାଏ) ହୋଇଯାଏ ଓ ଆଘାତ, ସଂକ୍ରମଣ ବା ଅନ୍ୟାନ୍ୟ ରୋଗ କାରଣରୁ ଏହାର ସ୍ୱଚ୍ଛତା ହରାଇଥାଏ । ଓପାକ୍ କର୍ଣ୍ଣିଆ ଥିବା ବ୍ୟକ୍ତିମାନେ ଦେଖିପାରି ନଥାନ୍ତି । ଏପରି ଅବସ୍ଥାକୁ କର୍ଣ୍ଣିଆଲ୍ ଦୃଷ୍ଟିହୀନତା କୁହାଯାଏ ।
କର୍ଣ୍ଣିଆଲ୍ ପ୍ରତିରୋପଣ: କର୍ଣ୍ଣିଆଲ୍ ଦୃଷ୍ଟିହୀନ ବ୍ୟକ୍ତି କର୍ଣ୍ଣିଆଲ୍ ପ୍ରତିରୋପଣ ସର୍ଜିକାଲ୍ ପ୍ରଣାଳୀ ମାଧ୍ୟମରେ ପୁଣିଥରେ ଦେଖିପାରିଥାନ୍ତି । ଏହି ପ୍ରଣାଳୀରେ କ୍ଷତିଗ୍ରସ୍ତ କର୍ଣ୍ଣିଆଲ୍‌କୁ ବାହାର କରି ଜଣେ ମୃତ ଦାତାଙ୍କର ଏକ ସୁସ୍ଥ କର୍ଣ୍ଣିଆଲ୍‌କୁ ପ୍ରତିରୋପିତ କରାଯାଇଥାଏ ।
ଏଲଭିପିଇଆଇ ଚକ୍ଷୁ ବ୍ୟାଙ୍କ ନେଟ୍‌ୱାର୍କ: ହାଇଦ୍ରାବାଦ୍ କ୍ୟାମ୍ପସ୍‌ରେ ଥିବା ଚକ୍ଷୁ ବ୍ୟାଙ୍କ ସହିତ, ଏଲଭିପିଇଆଇର ମଧ୍ୟ ଭୁବନେଶ୍ୱର, ବିଶାଖାପଟ୍ଟନମ୍ ଓ ବିଜୟୱାଡା କ୍ୟାମ୍ପସ୍ ଠାରେ ମଧ୍ୟ ଚକ୍ଷୁ ବ୍ୟାଙ୍କ ରହିଚି । ଏଲଭିପିଇଆଇରେ ମୃତକଙ୍କ ପରିବାରଙ୍କ ଦ୍ୱାରା ସ୍ୱେଚ୍ଛାକୃତ ଦାନ ମାଧ୍ୟମରେ, ପାର୍ଟନର୍ ସେଣ୍ଟର୍ ଓ ହସ୍ପିଟାଲ୍ କର୍ଣ୍ଣିଆ ରିଟ୍ରାଇଭାଲ୍ ପ୍ରୋଗ୍ରାମ୍ (ଏଚସିଆରପି) ମାଧ୍ୟମରେ କର୍ଣ୍ଣିଆ ସଂଗ୍ରହ କରାଯଇାଥାଏ । ଏଚସିଆରପିରେ ମଲ୍ଟି ଡିସିପ୍ଲିନାରି ହସ୍ପିଟାଲ୍‌ରେ ଚକ୍ଷୁ ଦାନ କାଉନ୍‌ସିଲର ରହିଥାନ୍ତି ଓ ମୃତକଙ୍କ ପରିବାରକୁ ଚକ୍ଷୁ ଦାନ କରିବା ପାଇଁ ପୋତ୍ସାହିତ କରିଥାନ୍ତି । କାଉନ୍‌ସିଲର ମୃତ ବ୍ୟକ୍ତିଙ୍କର ଡାକ୍ତରୀ ଉପଯୋଗିତା ବିଷୟକୁ ଯାଞ୍ଚ କରିଥାନ୍ତି ଓ ମୃତକ ପରିବାରକୁ ଚକ୍ଷୁ ଦାନ କରିବା ପାଇଁ ଅନୁପ୍ରେରିତ କରିଥାନ୍ତି ।
ଏଲଭିପିଇଆଇ ସମ୍ବଦ୍ଧରେ: ୧୯୮୭ ମସିହାରେ ପ୍ରତିଷ୍ଠିତ ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ) ଠାରେ ଚକ୍ଷୁ ଯତ୍ନ ସୁବିଧା ପ୍ରଦାନ କରାଯାଉଛି । ଏହା ସହିତ ଏହି ଅନୁଷ୍ଠାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ମିଶି ଦୃଷ୍ଟି ସମସ୍ୟାକୁ ଦୂର କରିବାରେ କାର୍ଯ୍ୟ କରୁଛି । ଏହି ଅନୁଷ୍ଠାନର ୧୦ଟି ସକ୍ରିୟ କ୍ଷେତ୍ର ରହିଛି ଯେଉଁଠାରେ ଏହା କାର୍ଯ୍ୟ କରୁଛି: ଏଗୁଡିକ ହେଉଛି ଡାକ୍ତରୀ ସେବା, ଶିକ୍ଷା, ଗବେଷଣା, ଦୃଷ୍ଟି ଶକ୍ତି ପୁନଃଥଇଥାନ, ଗ୍ରାମୀଣ ଓ ଗୋଷ୍ଠୀ ଚକ୍ଷୁ ସ୍ୱାସ୍ଥ୍ୟ, ଚକ୍ଷୁ ବ୍ୟାଙ୍କିଂ, ସଚେତନତାର ପ୍ରସାର, ପଲିସିର ପ୍ଲାନିଂ, ଦକ୍ଷତା ନିର୍ମାଣ, ନବୀନତା ଓ ଉତ୍ପାଦର ବିକାଶ । ଏଲଭିପିଇଆଇର ୨୩୬ଟି ସେଣ୍ଟର ଭାରତର ବିଭିନ୍ନ ରାଜ୍ୟରେ ରହିଛି । ଏହି ରାଜ୍ୟ ଗୁଡିକ ହେଉଛି ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ୍‌, ଓଡିଶା ଓ କର୍ଣ୍ଣାଟକ । ଏହି ଅନୁଷ୍ଠାନର ଲକ୍ଷ୍ୟ ହେଉଛି ସମାଜର ସବୁ ବର୍ଗଙ୍କୁ ଉପଯୁକ୍ତ ଚକ୍ଷୁ ଯତ୍ନ ପ୍ରଦାନ କରିବା । ଏଲଭିପିଇଆଇର ପାଞ୍ଚଟିୟର ‘ଚକ୍ଷୁ ସ୍ୱାସ୍ଥ୍ୟ ପିରାମିଡ୍‌’ ମଡେଲ୍ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସମାଜର ସମସ୍ତ ବର୍ଗକୁ କଭର କରୁଛି ଏବଂ ଏହା ଉଚ୍ଚମାନର ଚକ୍ଷୁ ଯତ୍ନ ସେବା ସଭିଙ୍କୁ ପ୍ରଦାନ କରୁଛି । ଏହା ୩୨.୧୧ ନିୟୁତ (୩କୋଟି ୨୧ଲକ୍ଷ୍ୟ) ରୋଗୀମାନଙ୍କୁ ସେବା ପ୍ରଦାନ କରିଛି, ଏମାନଙ୍କ ମଧ୍ୟରୁ ୫୦%ରୁ ଅଧିକ ରୋଗୀମାନଙ୍କୁ ସେମାନଙ୍କର ରୋଗର ଜଟିଳତା ନିର୍ବିଶେଷରେ ମାଗଣାରେ ଚିକତ୍ସା ସେବା ପ୍ରଦାନ କରାଯାଇଛି ।