ସର୍ବସାଧରଣରେ ସ୍ତନ୍ୟ ପାନ ନେଇ ମଡେଲଙ୍କ କ୍ୟାମ୍ପେନ,ସ୍ତନରେ ବେଷ୍ଟ ଫିଡର ଲଗାଇ ପ୍ରତିବାଦ

ନୂଆଦିଲ୍ଲୀ : ସର୍ବସାଧରଣ ସ୍ଥାନରେ ନିଜ ସନ୍ତାନକୁ ମା ସ୍ତନୀୟ ପାନ କରାଇବା ସପକ୍ଷରେ ଅନେକ ମଡେଲ ସୌାମାନଙ୍କ କ୍ୟାମେପନ ଆରମ୍ଭ କରିଛନ୍ତି । ଏହାକୁ ନେଇ ସାରା ଦେଶରେ ମଧ୍ୟ ବିତର୍କ ହୋଇଛି । ଏମିତିକି ପତ୍ରିକାରେ ମଧ୍ୟ କଭର ପେଜରେ ସ୍ତନ୍ୟ ପାନ କରାଇବା ଫଟୋ କୁ ନେଇ ମାମଲା କୋର୍ଟରେ ବି ପହଁଚିଛି । ହେଲେ ଏବେ ଏହି କ୍ୟାମ୍ପେନରେ ଯୋଡି ହୋଇଛନ୍ତି ଆଉ ଜଣେ ହଲିଉଡ ମଡେଲ । ସର୍ବସାଧାରଣ ସ୍ଥାନରେ ସ୍ତନ୍ୟ ପାନ ସପକ୍ଷରେ କ୍ୟାମ୍ପେନ ଲାଗି ନିଜ ସ୍ତନରେ ବେଷ୍ଟ ପମ୍ପ ବାନ୍ଧି ପ୍ରତିବାଦ କରିଛନ୍ତି ।

ବର୍ତ୍ତମାନ ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ତଥା ଓସ୍କାର୍‌ ବିଜୟିନୀ ରାଚେଲ୍‌ ମେକ୍‌ଆଡାମସ୍‌ ଏହାକୁ ନେଇ ନିଜର ଦୃଢ଼ ପ୍ରତିବାଦ ଜଣାଇ ଏକ କ୍ୟାମ୍ପେନ୍‌ ଆରମ୍ଭ କରିଛନ୍ତି।ନିକଟରେ ସେ ଏକ ଫ୍ୟାଶନ୍‌ ମାଗାଜିନ୍‌ ପାଇଁ ଫଟୋ ସୁଟ୍‌ କରିଛନ୍ତି। କିନ୍ତୁ ଆଶ୍ଚର‌୍ୟ୍ୟର କଥା ହେଉଛି, ଏହି ଫଟୋ ରାଚେଲ୍‌ ମେକ୍‌ଆଡାମସ୍‌ଙ୍କୁ ଏକ ବିବାଦୀୟ ରୂପରେ ଦେଖିବାକୁ ମିଳିଛି। ମଡେଲ୍‌ ଜଣକ କଳା ରଙ୍ଗର ଡ୍ରେସ୍‌ ଓ ବେକରେ ଡାଇମଣ୍ଡ୍‌ ହାର ପକାଇଛନ୍ତି ସତ, କିନ୍ତୁ ସେ ଏକ ବ୍ରେଷ୍ଟ୍‌ ପମ୍ପ୍‌ ପିନ୍ଧି ଏହି ଫଟୋକୁ ଉଠାଇଛନ୍ତି।
ମିଡିଆ ରିପୋର୍ଟ ଅନୁସାରେ, ଏହି ଫଟୋ ବର୍ତ୍ତମାନ ସୋଶାଲ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି। ରାଚେଲ୍‌ ମେକ୍‌ଆଡାମସ୍‌ ୬ମାସ ପୂର୍ବରୁ ନିଜର ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ଏହି ଫଟୋ ସୁଟ୍‌ କରିଥିଲେ। କିନ୍ତୁ ମାଗାଜିନ୍‌ର ମୁଖ୍ୟ କ୍ଲେୟର୍‌ ରୋଥ୍‌ଷ୍ଟିନ୍‌ ବୁଧବାର ଏହି ଫଟୋକୁ ସେୟାର୍ କରିଛନ୍ତି।

ଫଟୋକୁ ସୋଶାଲ ମିଡିଆରେ ସେୟାର୍‌ କରି ରାଚେଲ୍‌ ଲେଖିଥିଲେ, “ନିଜର ସନ୍ତାନକୁ ବ୍ରେଷ୍ଟ୍‌ ଫିଡ୍‌ କରିବା ହେଉଛି ମହିଳାଙ୍କ ପାଇଁ ଏକ ସ୍ୱାଭାବିକ କାର‌୍ୟ୍ୟ। ନିଃଶ୍ୱାସ ବିନା ଆମେ ଯେପରି ବଞ୍ଚି ପାରିବା ନାହିଁ, ଠିକ୍‌ ସେହିପରି ବ୍ରେଷ୍ଟ୍‌ ଫିଡ୍‌ ବିନା ଜଣେ ମା’ ବଞ୍ଚି ପାରିବ ନାହିଁ। ତେଣୁ ଏଥିପାଇଁ ଜଣେ ମହିଳାଙ୍କୁ ଲଜ୍ଜିତ ହେବା କିମ୍ୱା ଭୟ କରିବାର ଆବଶ୍ୟକତା ନାହିଁ। ମହିଳାଙ୍କୁ ମଧ୍ୟ ସର୍ବ ସମ୍ମୁଖରେ ନିଜ ସନ୍ତାନକୁ ସ୍ତନ୍ୟପାନ କରିବାର ଅଧିକାର ରହିଛି। ମୋତେ ଏହା ଲାଗୁନାହିଁ ଯେ, ଏହାକୁ କୌଣସି ବ୍ୟକ୍ତିଙ୍କୁ ବୁଝାଇବାର ଆବଶ୍ୟକତା ରହିଛି। ବର୍ତ୍ତମାନ ସମାଜରୁ ଲୋକଙ୍କର ମନୋଭାବ ଓ ଧାରଣା ପରିବର୍ତ୍ତନ କରିବାର ସମୟ ଆସିଯାଇଛି। ସ୍ତନ୍ୟପାନ ହେଉଛି ଏକ ପ୍ରାକୃତିକ ଓ ସ୍ୱାଭାବିକ ପ୍ରକ୍ରିୟା,ଏକଥା ଲୋକମାନେ ବୁଝିବା ଦରକାର।”

ରାଚେଲ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫଟୋ ପୋଷ୍ଟ୍ କରିବା ପରେ ପରେ ତାଙ୍କୁ ୪୯ହଜାର ଲାଇକ୍ ମିଳିଥିଲା। କିଛି ୟୁଜର୍‌ ତାଙ୍କର ମାତୃତ୍ୱକୁ ସମର୍ଥନ କରି ପ୍ରଶଂସା କରିବା ସହିତ କିଛି ୟୁଜର୍‌ ଏଭଳି ଫଟୋର ନିନ୍ଦା କରିଛନ୍ତି।
ଜଣେ ୟୁଜର୍‌ ଲେଖିଛନ୍ତି, “ଏହି ଫଟୋ ପୋଷ୍ଟ୍ କରିଥିବାକୁ ଧନ୍ୟବାଦ। ମୁଁ ବର୍ତ୍ତମାନ ସାତ ମାସର ଗର୍ଭବତୀ ଅଛି। ମୋତେ ବ୍ୟକ୍ତିଗତ ଭାବରେ ମୋର ସନ୍ତାନକୁ ସ୍ତନ୍ୟପାନ କରିବା ପାଇଁ ପରାମର୍ଶ ଦିଆଯାଇଛି। କିନ୍ତୁ ତୁମର ଏହି ଫଟୋ ମୋତେ ଭବିଷ୍ୟତରେ ସାହସ ଓ ବଳ ପ୍ରଦାନ କରିବ।”
ନିଜ ଶିଶୁକୁ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କରାଇବାରୁ ସମାଲୋଚିତ ହୋଇଥିଲେ ହୋଇଥିଲେ ଅଭିନେତ୍ରୀ ଲିସା ହେଡେନ ।

ନିଜ ଶିଶୁକୁ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟ ପାନ କରାଇବାର ଏକ ଫଟୋ ସୋସିଆଲ ମିଡିଆରେ ଆସିଥଲା । ଆଉ ଏହାକୁ ନେଇ ଟ୍ରୋଲ କରିଥିଲେ ଦର୍ଶକ । ଏମିତିକି ଗାଇ ବୋଲି ମଧ୍ୟ ଟିପ୍ପଣୀ ଲେଖିଥିଲେ । ହେଲେ ସେତେବେଲେ ଚୁପ ରହିଥିଲେ ଲିସା । ଏବେ ସେ ଘଟଣାରେ ପତିକ୍ରିୟା ରଖିଛନ୍ତି । କହିଛନ୍ତି ଶିଶୁଙ୍କୁ ସ୍ତନ୍ୟ ପାନ କରାଇବା ସବୁ ମାଙ୍କର ଅଧିକାର । ଏହା ବହୁତ ଭଲ ସବୁ ମା ମଧ୍ୟ ସ୍ତନ୍ୟ ପାନ କରାଇବା କଥା ।
ତେବେ ସ୍ତନ୍ୟ ପାନ କରାଇ ସମାଲୋଚିତ ହେବା ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏମିତି ଅନେକ ଘଟଣା ଘଟିଛି । ଏମିତିକି ଏକ ପତ୍ରିକାର କଭର ଫଟୋରେ ଜଣେ ମଡେଲ ନିଜ ଶିଶୁକୁ ସ୍ତନ୍ୟ ପାନ କରାଇବା ଫଟୋ ପ୍ରକାଶ ପାଇବା ପରେ ଏହାକୁ ନେଇ ବିରୋଧ କରାଯାିଥିଲା । ଏଥିରେ ଏଶୀଳ୍ଲତା ଥିବା ନେଇ ଅଭିଯୋଗ ବି ହୋଇଥିଲା । ମାମଲା ଅଦାଲତାରେ ପହଁଚିଥିଲା । ଅଦାଲତ ଏହାର ବିଚାର କରି ଅଶୀଳ୍ଳତା ଛବିରେ ନୁହେଁ ବରଂ ଦେଖିବା ଲୋକର ମାନସିକତାରେ ବୋଲି କହିଥିଲେ ।

‘ଗୃହଲକ୍ଷ୍ମୀ’ ପତ୍ରିକା ମଡେଲ୍‌ଙ୍କ ସ୍ତନ୍ୟପାନ ଫଟୋ ମାମଲାରେ କୋର୍ଟଙ୍କ ରାୟ : ଅଶ୍ଳୀଳତା ଛବିରେ ନୁହେଁ, ଦେଖିବା ଲୋକର ଦୃଷ୍ଟିଭଙ୍ଗୀରେ ଥାଏ’

 

ସେହିପରି କିଛି ଦିନ ପୂର୍ବରୁ ଭାରତରେ ମଧ୍ୟ ସ୍ୱାଭାବିକ ଭାବରେ ନିଜର ସନ୍ତାନକୁ ସ୍ତନ୍ୟପାନ କରାଇବା ପାଇଁ ଏକ କ୍ୟାମ୍ପେନ୍‌ ଆରମ୍ଭ ହୋଇଥିଲା। ଲୋକପ୍ରିୟ ମାଲାୟାଲାମ୍‌ ମାଗାଜିନ୍‌ ‘ଗୃହଲକ୍ଷ୍ମୀ’ର କଭର୍‌ ପେଜ୍‌ରେ ଅଭିନେତ୍ରୀ ଗିଲୁ ଯୋଶେଫ୍‌ଙ୍କୁ ସ୍ତନ୍ୟପାନ କରାଇଉଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ସେହି ସମୟରେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା।

ପ୍ରଥମଥର ପାଇଁ କୌଣସି ଭାରତୀୟ ମାଗାଜିନ୍‌ରେ ଏପରି ଫଟୋ ଦେଖିବାକୁ ମିଳିଥିଲା। ଯେଉଁ ଫଟୋ ଦ୍ରୁତ ଗତିରେ ଭାଇରାଲ୍‌ ହୋଇଥିଲା। ଏହି ଫଟୋଟି “ଈକ୍ସରବଗ୍ଦଗ୍ଧଲରରୟ ୠକ୍ସରରକ୍ଷଚ୍ଚ,” କ୍ୟାମ୍ପେନ୍‌ ପାଇଁ ସୁଟ୍‌ କରାଯାଇଥିଲା।
ଏହି ଫଟୋକୁ ବିରୋଧ କରି କୋର୍ଟକୁ ମାମଲା ଯାିଥିଲା ତେବେ କୋର୍ଟ କହିଥିଲେ ‘ଜଣେ ମାଆ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ଦୃଶ୍ୟରେ କୌଣସି ଅଶ୍ଳୀଳତା ନାହିଁ। ଅଶ୍ଳୀଳତା ସନ୍ତ୍ୟପାନରେ ନୁହେଁ, ବରଂ ଦେଖିବା ଲୋକର ଦୃଷ୍ଟିଭଙ୍ଗୀରେ ହିଁ ରହିଥାଏ।’

ଗତ କିଛି ଦିନ ହେବ ବିବାଦରେ ଫସିରହିଥିଲା ମାଲାୟାଲମ୍‌ ପତ୍ରିକା ‘ଗୃହଲକ୍ଷ୍ମୀ’। ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ଜଣେ ମହିଳା ଶିଶୁକୁ ସ୍ତନ୍ୟପାନ କରାଉଥିବାର ଫଟୋ ଛାପିବା ପରେ ଆରମ୍ଭ ହୋଇଥିଲା ବିବାଦ। ‘ସର୍ବସାଧାରଣରେ ଅଶ୍ଳୀଳତା ପ୍ରଦର୍ଶନ’ ଅଭିଯୋଗରେ ପତ୍ରିକାର ପ୍ରକାଶକ ଏବଂ ଫଟୋରେ ଥିବା ମଡେଲ୍‌ ଜିଲୁ ଜୋସେଫ୍‌ଙ୍କ ନାଁରେ ଅଭିଯୋଗ ହୋଇଥିଲା। ‘ମହିଳା ଅଶ୍ଳୀଳ ନିଷେଧ ଅଧିନିୟମ’ ଧାରା ୩ ଓ ୪ ଅନୁଯାୟୀ ଜିଲୁଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ଉକ୍ତ ଅଭିଯୋଗର ବିଚାର କରି କେରଳ ହାଇକୋର୍ଟ ରାୟ ଦେଇଛନ୍ତି ଯେ ‘ଜଣେ ମାଆ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ଦୃଶ୍ୟରେ କୌଣସି ଅଶ୍ଳୀଳତା ନାହିଁ। ଅଶ୍ଳୀଳତା ସନ୍ତ୍ୟପାନରେ ନୁହେଁ, ବରଂ ଦେଖିବା ଲୋକର ଦୃଷ୍ଟିଭଙ୍ଗୀରେ ହିଁ ରହିଥାଏ।’ ବୋଲି କୋର୍ଟ କହିଛନ୍ତି। କୋର୍ଟ ଆହୁରି ବି କହିଛନ୍ତି ଯେ ‘କିଛି ଲୋକଙ୍କ ପାଇଁ ଯାହା ଅଶ୍ଳୀଳତା ଅନ୍ୟ କିଛି ଲୋକଙ୍କ ପାଇଁ ତାହା କଳାତ୍ମକ ଆଚରଣ ହୋଇପାରେ। ଜଣେ ଲୋକର ଅଶ୍ଳୀଳତା ଅନ୍ୟ ଜଣକ ପାଇଁ ସଂଗୀତ ହୋଇପାରେ।’

ଚଳିତବର୍ଷ ଫେବ୍ରୁଆରିରେ ମଡେଲ୍‌ ଜିଲୁ ଜୋସେଫ୍‌ଙ୍କର ମାଲାୟଲମ ପତ୍ରିକା ‘ଗୃହଲକ୍ଷ୍ମୀ’ର କଭର୍‌ ଫଟୋରେ ସ୍ତନ୍ୟପାନ ଦୃଶ୍ୟର ଏକ ଫଟୋ ପ୍ରକାଶ ପାଇଥିଲା। ଯାହାକି ଘୋର୍‌ ବିବାଦର କାରଣ ପାଲଟିଥିଲା। ପତ୍ରିକାର ପ୍ରକାଶକ ଏମ୍‌.ଭି. ଶ୍ରେୟାମ୍‌ସ କୁମାର ଏ ସଂପର୍କରେ ମତ ରଖିଥିଲେ ଯେ ସମାଜରେ ସ୍ତନ୍ୟପାନର ଉପକାରିତା ସଂପର୍କରେ ବାର୍ତ୍ତା ପ୍ରଦାନ କରିବା ପାଇଁ ଏପରି ଏକ କଭର୍‌ର ଚିନ୍ତା କରାଯାଇଥିଲା। ପିଲାକୁ କୌଣସି ବି ସ୍ଥାନରେ ସ୍ତନ୍ୟପାନ କରାଇବା ଜଣେ ମାଆର କର୍ତ୍ତବ୍ୟ। ଯଦି ସେଥିରେ କେହି ଅଶ୍ଳୀଳତା ଦେଖୁଛି ତ ସେ ଅସୁବିଧା ନିଜେ ସେହି ବ୍ୟକ୍ତିର।