ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଂଲାଦେ ସହ ତିସ୍ତା ନଦୀର ପାଣି ଭାଗ ବଂଟା ପ୍ରସ୍ତାବରେ ସହମତ ନୁହନ୍ତି । ସେପଟେ ବାଂଲାଦେଶ ରଷ୍ଟ୍ରପତି ଶେଖ ହସିନା ମଧ୍ୟ ଭାରତକୁ ସୁଆଦିଆ ହିଲସା ମାଛ ରପ୍ତାନୀ ଉପରୁ କଟକଣା ଉଠାଇ ନାହାନ୍ତି । ଏସବୁ ସତ୍ୱେ ଗତ ନଭେମ୍ବର ୨୨ରେ କୋଲକାତାଠାରେ ଏକ ହୋଟେଲରେ ଦୁଇ ନେତା ୫୦ମିନିଟ ଧରି ବନ୍ଧୁତ୍ୱପୂର୍ଣ ବାତାବାରଣରେ ଆଲୋଚନା କରିଛନ୍ତି । ପରସ୍ପର ଭିତରେ ହସ୍ତଶିଳ୍ଫ, ଚଦର, ମିଠା ଏବଂ ବିଭିନ୍ନ ଉପହାର ଦିଆନିଆ ହୋଇଛନ୍ତି । ଏପରିକି ମମତା ଦିଦି କୁଆଡେ ଶେଖ ହସିନାଙ୍କୁ ଅନୁରୋଧ କରିଥିଲେ ଯେ ସେ ତାଙ୍କୁ ଆପଣ ନକହି ତୁମେ ବୋଲି ସମ୍ବୋଧନ କରନ୍ତୁ । ଦୁଇ ନାରି ନେତ୍ରୀଙ୍କ ଭିତରେ ବନ୍ଧୁତା ଆଉ ଟିକେ ନିଗାଢ ହୋଇଛି । କହିବାକୁ ଗଲେ ଏହା ଶୁଭାରମ୍ଭ ।