ଜହିରଙ୍କ ହାତ ଧରିଲେ ଦବଙ୍ଗ ଗାର୍ଲ୍ ସୋନାକ୍ଷୀ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦବଙ୍ଗ ଗାର୍ଲ୍ ସୋନାକ୍ଷୀ ସିହ୍ନା। ନିଜର ଦୀର୍ଘ ଦିନ ବନ୍ଧୁ ଜହିର ଇକବାଲଙ୍କ ସହ ପ୍ରଥମେ କୋର୍ଟରେ ବିବାହ କରିବା ପରେ ହିନ୍ଦୁ ରୀତିନୀତିରେ ବି ବାହାଘର ହୋଇଛି। ପରିବାର ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ସୋନାକ୍ଷୀଙ୍କ ବାନ୍ଦ୍ରାସ୍ଥିତ ଘରେ ଉଭୟଙ୍କ କୋର୍ଟ ମ୍ୟାରେଜ ସମ୍ପନ୍ନ ହୋଇଛି।

ଏହି ସମୟରେ ଉଭୟ ଧଳା ରଙ୍ଗ ପୋଷାକ ପରିଧାନ କରିଥିଲେ ଯାହା ବେଶ ଆକର୍ଷଣୀୟ ହୋଇଥିଲା। ଏହି ଦମ୍ପତି ସୋସିଆଲ ମିଡ଼ିଆରେ ବିବାହ କିଛି ଫଟୋ ସେୟାର କରିଛନ୍ତି। ସିଭିଲ ମ୍ୟାରେଜ୍‌ ଆକ୍ଟ ଅନୁଯାୟୀ ବିବାହ କରିବା ପରେ ହିନ୍ଦୁ ରୀତିରେ ବି ବାହାଘର ହୋଇଛି। ଏହାପରେ ମୁମ୍ବଇର ଏକ ରେଷ୍ଟୁରାଷ୍ଟରେ ଆୟୋଜିତ ହୋଇଥିଲା ଗ୍ରାଣ୍ଡ ରିସେପସନ୍‌ ପାର୍ଟି। ଏହି ପାର୍ଟିରେ ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ସାମିଲ ହୋଇ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଗତ ୭ବର୍ଷ ଧରି ସୋନାକ୍ଷୀ-ଜହିର ପରସ୍ପରକୁ ଡେଟ୍‌ କରୁଥିଲେ।