OPA

  • ଇଣ୍ଡୋନେସିଆ ଓପନ୍: ସିନ୍ଧୁଙ୍କୁ ସିଲଭର

    ଜାକର୍ତ୍ତା: ଭାରତର ଟପ୍ ଶଟଲର୍ ପିଭି ସିନ୍ଧୁ ଚଳିତ ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ହାରିଯାଇଛନ୍ତି। ରବିବାର ଖେଳାଯାଇଥିବା ଟାଇଟଲ୍ ଲଢ଼େଇରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚିଙ୍କ ନିକଟରୁ ୧୫-୨୧, ୧୬-୨୧ ଗେମରେ ହାରି ରନର୍ସଅପ୍ ହୋଇଛନ୍ତି। ଏହି ପରାଜୟ ସହ ଚଳିତବର୍ଷ ସିନ୍ଧୁଙ୍କର ପ୍ରଥମ ଟାଇଟଲ୍ ଆଶା ପୁଣିଥରେ ଧୂଳିସାତ୍ ହୋଇଯାଇଛି। ସିନ୍ଧୁ ଗତ ସାତ ମାସ ହେବ କୌଣସି ଟୁର୍ଣ୍ଣାମେଣ୍ଟ ଜିତିନାହାନ୍ତି। ଶେଷଥର ପାଇଁ...
  • ଆମେରିକାରେ ଇମ୍ରାନ, ହୋଟେଲ ପରିବର୍ତ୍ତେ ପାକ ଦୂତାବାସରେ ରହିଲେ

    ନ୍ୟୁୟର୍କ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆଜି ଆମେରିକାରେ ପହଞ୍ଚିଛନ୍ତି। ତିନି ଦିନିଆ ଆମେରିକା ଗସ୍ତରେ ଥିବା ଇମ୍ରାନ୍ ଖାନ୍ ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଭେଟଘାଟ ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତି ବାବଦରେ ଆଲୋଚନା ହେବ।ପୂର୍ବରୁ ଆତଙ୍କବାଦଙ୍କୁ ନେଇ ଆମେରିକା ପାକିସ୍ତାନକୁ ଚେତାବନୀ ଦେଇସାରିଛି। ତେଣୁ ଏହି ଦ୍ୱିପାକ୍ଷିକ ଆଲୋଚନା ବେଳେ ଇମ୍ରାନ୍ ଖାନଙ୍କୁ ଟ୍ରମ୍ପ କେଉଁ...
  • ଦିଲ୍ଲୀ ବିଜେପିର ପୂର୍ବତନ ଅଧ୍ୟକ୍ଷ ମାଙ୍ଗେରାମ ଗାର୍ଗଙ୍କ ପରଲୋକ

    ନୂଆଦିଲ୍ଲୀ : ଦିଲ୍ଳୀ ବିଜେପିର ପୂର୍ବତନ ଅଧ୍ୟକ୍ଷ ମାଙ୍ଗେରାମ ଗାର୍ଗଙ୍କ ରବିବାର ସକାଳେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ସପ୍ତାହରେ ଅସୁସ୍ଥତା କାରଣରୁ ତାଙ୍କୁ ବାଲାଜି ଆକ୍ସନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ସକାଳ ସାଢେ ୭ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ୨୦୦୩ରେ ଦିଲ୍ଲୀର ୱାଜିରପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ସେ ୨୦୦ରୁ ୨୦୦୨...
  • ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶିଲା ଦୀକ୍ଷିତଙ୍କ ଶେଷକୃତ୍ୟ ସମ୍ପନ୍ନ

    ନୂଆଦିଲ୍ଲୀ : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ଶେଷକୃତ୍ୟ ରବିବାର ସମ୍ପନ୍ନ ହୋଇଛି। ତାଙ୍କ ଅନ୍ତିମ ଯାତ୍ରାରେ ଲକ୍ଷାଧିକ ଲୋକ ସାମିଲ ହୋଇଥିଲେ। ଦିନ ସାଢେ ୨ଟାରେ ନିଗମବୋଧ ଘାଟଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।ରବିବାର ସକାଳେ ତାଙ୍କ ପାର୍ଥିବ ଶରୀରକୁ ନିଜାମଉଦ୍ଦିନସ୍ଥିତ ବାସଭବନରୁ କଂଗ୍ରେସ ମୁଖ୍ୟାଳୟକୁ ନିଆଯାଇଥିଲା। ଦିନ ସାଢେ ୧ଟା ପର୍ଯ୍ୟନ୍ତ ତାଙ୍କ ପାର୍ଥିବ...
  • ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା

    ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଆଜି ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ୨ଟି ଟେଷ୍ଟ, ୩ଟି ଦିନିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଟିମ୍ ଘୋଷଣା କରାଯାଇଛି। ତିନୋଟି ଯାକ ଫର୍ମାଟ୍‌ରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହା ସହିତ ବିଶ୍ୱକପ୍‌ ବେଳେ ଆହତ ହୋଇଥିବା ଶିଖର ଧାୱନ ମଧ୍ୟ ଟିମ୍‌କୁ ଫେରିଛନ୍ତି। ତାଙ୍କୁ ଦିନିକିଆ ଓ ଟି-ଟ୍ୱେଣ୍ଟି ଟିମ୍‌ରେ ସ୍ଥାନ ମିଳିଛି। ସେହିପରି ରୋହିତ...
  • ପାକିସ୍ତାନ ଡାକ୍ତରଖାନାରେ ଆତ୍ମଘାତୀ ବିସ୍ଫୋରଣ: ୩ ମୃତ, ୭ ଆହତ

    ଇସ୍‌ଲାମାବାଦ୍‌: ରବିବାର ସକାଳେ ଡେରା ଇସ୍‌ମାଇଲ୍‌ ଖାଁ ଜିଲ୍ଲାର ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଡାକ୍ତରଖାନାର ମୁଖ୍ୟ ଫାଟକରେ ଆତ୍ମଘାତୀ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ସାତ ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଡାକ୍ତରଖାନାର ଟ୍ରମା ସେଣ୍ଟର୍‌ ମଧ୍ୟକୁ ପ୍ରବେଶ କରୁଥିବା ରୋଗୀ ଓ କର୍ମଚାରୀଙ୍କ ସମେତ ଲୋକମାନଙ୍କ ଉପରେ ଆତ୍ମଘାତୀ ବିସ୍ଫୋରଣକାରୀ ଆକ୍ରମଣ କରିଥିଲା। ବିସ୍ଫୋରଣ ପରେ ଉଦ୍ଧାରକାରୀ...
  • ୮ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ଆରମ୍ଭ: ୨ଅଟକ

    ଅନୁଗୋଳ : ଅନୁଗୋଳ ଅଂଚଳରେ ୮ବର୍ଷର ନାବାଳିକକୁ ଦୁଷ୍କର୍ମ ଘଟଣାରେ ତଦନ୍ତ ଆରମ୍ଭ କରି ତତ୍ପରତା ପ୍ରକାଶ କରିଛତ । ଏହି ଘଟଣାରେ ପୋଲିସ ୨ଜଣକୁ ଅଟକ ରଖିଥିବା ଜଣାପଡ଼ିଛି । ୮ବର୍ଷର ନାବାଳିକକୁ ଦୁଷ୍କର୍ମ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଓ ଅନୁଗୋଳ ଏସପି ଉପସ୍ଥିତ ରହି ଘଟଣାକୁ ଅନୁଧ୍ୟାନ କରୁଛନ୍ତି । ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ...
  • ଡାହାଣୀ ସନ୍ଦେହରେ ୪ଜଣଙ୍କୁ ଗଳା କାଟି ହତ୍ୟା

    ନୂଆଦିଲ୍ଲୀ : ଆଜି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଜମି ରହିଛି । ସାରା ଦେଶରେ କେଉଁଠି ନା କେଉଁଠି ଭିଡ଼ହିଂସା ଲାଗିରହିଛି । ଆଜି ପୁଣି ଝାଡ଼ଖଣ୍ଡରେ ଭିଡ଼ହିଂସା କାରଣର ଏକ ଚରମ ନିଦର୍ଶନ ଦେଖିବାକୁ ମିଳିଛି । ଡାହାଣୀ ସନ୍ଦେହରେ ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ।   ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ସିସଇ ମୁଖ୍ୟଳୟ ଠାରୁ ୨୫ କିମି ଦୂରରେ ଥିବା ସିସକାରୀ ଗାଁରେ ଏକ...
  • ଆଜି ଶିଲା ଦୀକ୍ଷିତଙ୍କ ଶେଷକୃତ୍ୟ: ଦିଲ୍ଲୀରେ ୨ଦୁଇଦିନିଆ ଶୋକ

    ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ଶେଷକୃତ୍ୟ ରବିବାର ନିଗମବୋଧ ଘାଟଠାରେ ସଂପନ୍ନ ହେବ। ଶନିବାର ୮୧ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ଶୀଲା ଦୀକ୍ଷିତଙ୍କ ପରଲୋକରେ ଦିଲ୍ଲୀ ସରକାର ଦୁଇଦିନିଆ ଶୋକ ପାଳନ କରୁଛନ୍ତି।ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ବିୟୋଗରେ ଗଭୀର...