ସାଧୁଙ୍କ ପତ୍ନୀ ଓ ମନ୍ତ୍ରୀ!

ଜଣେ ନାଗା ସାଧୁଙ୍କ ପରିବାର ସହ ଜଣେ ମନ୍ତ୍ରୀଙ୍କ ସଂପର୍କକୁ ନେଇ ଏବେ କେବଳ ପାଓାର କରିଡୋର କାହିଁକି ସାରା ରାଜଧାନୀରେ ଚର୍ଚ୍ଚା ଚାଲିଛି । ଏହି ମନ୍ତ୍ରୀ ଜଣଙ୍କ ଜଣେ କମ ବୟସର ନାଗା ସାଧୁଙ୍କ ପତ୍ନୀଙ୍କ ସହ କୁଆଡେ ସଂପର୍କ ରଖିଥିବା ନେଇ ଚର୍ଚ୍ଚା ଚାଲିଛି । ସେଥିଲାଗି ତାଙ୍କ ଘରକୁ ସେ ବାରମ୍ବାର ଯିବା ଆସିବା କରୁଛନ୍ତି । ଏହି ମନ୍ତ୍ରୀଙ୍କର ସରକାରରେ ସେତେଟା ପ୍ରଭାବ ନାହିଁ ସତ,ହେଲେ ସେ ନାଗା ବାବାଙ୍କୁ ସୁବେଳେ ସବୁ ପ୍ରକାର ସହଯୋଗ ଯୋଗାଇ ଦେଉଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି । ଏମିତିକି ବାବାଙ୍କ ଆଶ୍ରମକୁ କୁଆଡେ ମନ୍ତ୍ରୀ ଯା ଆସ କରନ୍ତି । ଦରକାର ହେଲେ ସେଠି ମଧ୍ୟ ବିଭିନ୍ନ ସମୟରେ ଆସର ବସେ । ଏକଥା ମଧ୍ୟ ଶୁଣାଯାଉଛି । ତେବେ ଏବେ କଥା ଧିରେ ଧିରେ ପଦାକୁ ଆସିବା ପରେ ମନ୍ତ୍ରୀ ମହାଶୟ ଆଶ୍ରମ ଆସିବା କମାଇ ଦେଇଥିବା ଚର୍ଚ୍ଚା ଚାଲିଛି ।