ନିଜ ୭ ଛୁଆ ଓ ମା’କୁ କୁରାଢ଼ିରେ ହାଣିଲା ସ୍ବାମୀ

ପାକିସ୍ତାନର ଲାହୋରରୁ ଛାତିଥରା ଘଟଣା ସାମନାକୁ ଆସିଛି। ସେଠାରେ ଭୟଙ୍କର ଦାରିଦ୍ର୍ୟରେ ଚିନ୍ତିତ ହୋଇ ଜଣେ ବ୍ୟକ୍ତି ନିଜର ପତ୍ନୀ ଓ ୭ ନାବାଳକ ଶିଶୁଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି। ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣା ପରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ମରିୟମ ନଓ୍ବାଜ ଦୁଃଖ ପ୍ରକାଶ କରିଛନ୍ତି ଓ ପୋଲିସ ମହାନିର୍ଦେଶକଙ୍କୁ ମାମଲାର ରିପୋର୍ଟ ମାଗିଛନ୍ତି।

ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ଆର୍ଥିକ ସମସ୍ୟାକୁୁ ନେଇ ମାନସିକ ରୂପରେ ଚିନ୍ତାରେ ଥିଲା। ସେ ସବୁବେଳେ ନିଜ ପତ୍ନୀ ସହ ଝଗଡା କରୁଥିଲା। ଅଭିଯୁକ୍ତ ବ୍ୟକ୍ତିକୁ ଗିରଫ କରି ନିଆଯାଇଛି ଓ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୋଲିସ କହିବା ଅନୁସାରେ, ସନ୍ଦିଗ୍ଧ ନିଜ ଅପରାଧ ସ୍ବୀକାର କରି କହିଛି ସେ ଏହି ପଦକ୍ଷେପ ଏଥିପାଇଁ ନେଇଛି, କାରଣ ସେ ନିଜ ପିଲାଙ୍କୁ ଖାଇବାକୁ ଦେଇପାରୁନଥିଲା।

ପୋଲିସର କହିବା ଅନୁସାରେ, ଅଭିଯୁକ୍ତର ଚିହ୍ନଟ ସଜ୍ଜାଦ ଖୋଖର ରୂପରେ ହୋଇଛି, ଯିଏକି ପେଶାଗତ ଭାବରେ ଜଣେ ଶ୍ରମିକ। ସଜ୍ଜାଦ ମୁଜଫରଗଢ ଜିଲ୍ଲାର ଅଲ୍ଲୀପୁରରେ ନିଜ ୪୨ ବର୍ଷୀୟ ପତ୍ନୀ କୌସର ଓ ୭ ସନ୍ତାନଙ୍କ ସହ ରହୁଥିଲା। ଆର୍ଥିକ ସମସ୍ୟା କାରଣରୁ କୁରାଢୀରେ ହାଣି ସେ ସମସ୍ତଙ୍କୁ ହତ୍ୟା କରିଛି। ମୃତ ଶିଶୁଙ୍କ ଭିତରେ ୪ ଝିଅ ଓ ୩ ପୁଅ ଥିଲେ, ଯେଉଁଥିରେ ସବୁଠାରୁ ବଡ଼ ପୁଅର ବୟସ ୧୦ ବର୍ଷର ଥିଲା ଓ ସବୁଠାରୁ ଛୋଟ ଶିଶୁର ବୟସ ମାତ୍ର ୮ ମାସର ଥିଲା।