ଚନ୍ଦ୍ରଙ୍କ ପାଇଁ ପବନ

YSRକଂଗ୍ରେସ ମୁଖ୍ୟ YS ଜଗମୋହନ ରେଡ୍ଡି ସରକାରକୁ ଘେରିବାକୁ ଜନ ସେନା ମୁଖ୍ୟ ପବନ କଲ୍ୟାଣ କୌଣସି ମଉକା ଛାଡନ୍ତିନି । ଜଗମୋହନ ସରକାରର ପ୍ରଥମ ୬ମାସରେ କେବଳ ଜନବିରୋଧୀ କାମ ହୋଇଥିବା ପବନ ଅଭିଯୋଗ କରିଛନ୍ତି । ଏହା ବିରୋଧରେ ପବନ କଲ୍ୟାଣ ଟୁଇଟରରେ ଏକ ଅଭିଯାନ ମଧ୍ୟ ଚଳାଇଛନ୍ତି । ମୁଖ୍ୟ ବିରୋଧୀ ଦଳ ତେଲଗୁ ଦେଶମ ପାର୍ଟିର କାମ କରୁଛି ଜନ ସେନା । ଟିଡିପି ଲାଗି ଛାୟା ସମାଲୋଚକ ସାଜିଛି ଜନସେନା । ଏହା ଦେଖି କୁହାଯାଉଛି, YSR କଂଗ୍ରେସ ବିରୋଧରେ ଚନ୍ଦ୍ରବାବୁ ନାଇଡୁଙ୍କ ସହ ହାତ ମିଳାଇପାରନ୍ତି ପବନ କଲ୍ୟାଣ ।