ବାହାହେବାର ମାସକ ଯାଏ ନିଜ ବରକୁ ଛାଡି ସବୁ ରାତିରେ ଅଧଘଣ୍ଟା ଏ କାହା ସହ କଣ କରେ ନବ ବଧୁ

ନୂଆଦିଲ୍ଲୀ :ବାହାଘର ପରେ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ସେମିତି ଏକ ପରମ୍ପରା ହେଉଛି କାନ୍ଦିବା । ହେଲେ ବାହାଘରର ମାସେ ଯାଏ କାନ୍ଦବା ପରମ୍ପରା ଅବିଶ୍ୱାସ ହଲେ ବି ସତ । ଏମିତି ଏକ ପର୍ମପରା ରହିଛି ଚାଇନାରେ । ଠୋରେ ବାହାହେବାର ମାସକ ଯାଏ କନ୍ୟା ତାର ପରିବାର ସହ ମିଶି ରାତିରେ ଅଧଘଣ୍ଟା ଯାଏ କାନ୍ଦିଥାଏ ।

ବିବାହକୁ ନେଇ ଚାଇନାର ସିଚୁଆନ୍‌ ପ୍ରଦେଶରେ ରହିଛି ଏକ ଭିନ୍ନ ପରମ୍ପରା । ଏଠାରେ ବିବାହପରେ ନବବଧୂକୁ ଏକମାସ ପର‌୍ୟ୍ୟନ୍ତ ପ୍ରତି ରାତିରେ ଅଧଘଣ୍ଟା ଲେଖାଏଁ କାନ୍ଦିବାକୁ ପଡିଥାଏ। ଉକ୍ତ ଅଞ୍ଚଳର ଅଧିବାସୀଙ୍କୁ କହିବା ଅନୁଯାୟୀ ଏହାଦ୍ୱାରା ନବବଧୂ ବାପଘର ଛାଡିବାର ଦୁଃଖକୁ ଭୁଲିଯାଇଥାଏ। ଫଳରେ ନୂଆଘରକୁ ଆପଣାଇବା ତା ପକ୍ଷରେ ସହଜ ହୁଏ। ଏହି ପରମ୍ପରାକୁ କୁହାଯାଏ ଜିଓଟାଙ୍ଗ । ପ୍ରଥା ଅନୁଯାୟୀ ନବବଧୂ ବିବାହର ଏକମାସ ପର‌୍ୟ୍ୟନ୍ତ କାନ୍ଦିଥାଏ। ନବବଧୂ ସହ ପ୍ରଥମ ୧୦ଦିନ ତାଙ୍କ ମା’, ଦ୍ୱିତୀୟ ୧୦ ଦିନ ତାଙ୍କ ବୁଢି ମା’ଏବଂ ଶେଷ ୧୦ଦିନ ପରିବାରର ସମସ୍ତ ମହିଳା ମିଶି କାନ୍ଦିଥାନ୍ତି। ବିବାହ ପୂର୍ବରେ ଏଠାରେ ପରିବାରରେ ଝିଅମାନଙ୍କୁ ଦୀର୍ଘ ସମୟ ଧରି କାନ୍ଦିବା ଅଭ୍ୟାସ କରିବାକୁ କୁହାଯାଇଥାଏ।

ବାସର ରାତିରେ ବେଡରୁମ ଓ ଶେଜରେ ଫୁଲ ସଜ୍ଜା ଯାଏ କାହିଁକି ?