ବିବାହର ୨୪ ବର୍ଷ ପରେ ଅଲଗା ହେବେ ସୋହେଲ ଖାନ୍-ସୀମା ଖାନ୍

ବିବାହର ୨୪ ବର୍ଷ ପରେ ଅଲଗା ହେବେ ଅଭିନେତା ପ୍ରଯୋଜକ ସୋହେଲ ଖାନ୍ ଓ ସୀମା ଖାନ। ଦୁହେଁ ୧୯୯୮ରେ ବିବାହ କରିଥିଲେ। ହେଲେ କିଛିଦିନ ହେଲା ଉଭୟ ଅଲଗା ରହୁଥିଲେ। ଏବେ ଦୁହେଁ ଛାଡ଼ପତ୍ର ଆବଦେନ କରିଥିବା ସୂଚନା ମିଳିଛି। ଏଥିପାଇଁ ଆଜି(ମେ ୧୩) ଉଭୟଙ୍କୁ ମୁମ୍ବାଇର ଏକ ଫ୍ୟାମିଲି କୋର୍ଟରେ ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ, ଉଭୟ ସୋହେଲ୍ ଓ ସୀମା ଛାଡ଼ପତ୍ର ଆବେଦନ କରିଛନ୍ତି। ଦୁହେଁ ଅନେକ ଦିନ ହେବ ଅଲଗା ରହୁଥିଲେ। ଏବେ ଉଭୟ ପରସ୍ପରକୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି କରି ମୁମ୍ବାଇର ଏକ ଫ୍ୟାମିଲି କୋର୍ଟରେ ଡିଭୋର୍ସ ଆବେଦନ କରିଛନ୍ତି।

ଏନେଇ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖାନ୍ ପରିବାରର ଜଣେ ନିକଟତର ବ୍ୟକ୍ତି। ସେ କହିଛନ୍ତି ‘ଶେଷ ସମୟରେ ଉଭୟେ ଏହି ନିଷ୍ପତ୍ତି ନେଇଥିଲେ। ତେଣୁ କାହାକୁ ଖବର ଜଣାଯାଇ ନାହିଁ। ଉଭୟ ନିଷ୍ପତ୍ତିକୁ ଗୋପନ ରଖି ଡିଭୋର୍ଡ ଆବେଦନ କରିବାକୁ ଚାହୁଁଥିଲେ। ସୋହେଲ୍ ଓ ସୀମା କିଛି ବର୍ଷ ହେଲା ଅଲଗା ରହୁଥିଲେ।’