ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କ ଘରକୁ ଆସିବ ନୂଆ ଅତିଥି

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ରଣବୀର ସିଂ ଖୁବ୍‌ ଶୀଘ୍ର ବାପା-ମାଆ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଦମ୍ପତି ନିଜ ପ୍ରଂଶସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ସେପ୍ଟେମ୍ବର ୨୦୨୪ରେ ଦୀପିକାଙ୍କ ଡେଲିଭରି ହେବ। ଏହି ଖବର ସାମ୍ନାକୁ ଆସିବା ପରେ ସଭିଏଁ ଦୀପବୀରଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛନ୍ତି।

ଦୀପିକା ମାଆ ହେବା ଖବର ଅନେକ ସମୟ ପୂର୍ବରୁ ଚର୍ଚ୍ଚାରେ ରହିଥିଲା। ଗୁରୁବାର ଅଭିନେତ୍ରୀ ଏନେଇ ପୋଷ୍ଟ କରି ପ୍ରଂଶସକଙ୍କୁ ଖୁସି ଖବର ଦେଇଛନ୍ତି। ସର୍ବପ୍ରଥମେ ଅଭିନେତ୍ରୀ କ୍ରିତି ସାନନ୍ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ କ୍ରିତି ଦୀପିକାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି, ‘ଓଏମଜି, ତୁମ ଦୁହିଁଙ୍କୁ ଅଭିନନ୍ଦନ।’ ଏକ ଆଲିଙ୍ଗନ ଏବଂ ହୃଦୟ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି।

କିଛି ଦିନ ପୂର୍ବରୁ ଦୀପିକାଙ୍କ ମାଆ ହେବାକୁ ନେଇ ଚର୍ଚ୍ଚା ଜୋର ଧରି ଥିଲା। ଆଉ ୭ ମାସ ପରେ ଦୀପିକା ମାଆ ହେବେ।

ରଣବୀର ସିଂହ ଓ ଦୀପିକା ପାଦୁକୋନ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ୨ଟି ବିବାହ ରୀତିନୀତିରେ ଇଟାଲୀର କୋମୋ ହ୍ରଦରେ ବିବାହ କରିଥିଲେ। ବିବାହର ୬ ବର୍ଷ ପରେ ଦମ୍ପତି ବାପା-ମାଆ ହେବାକୁ ଯାଉଛନ୍ତି। ଜବତଦସ୍ତ ଯୋଡିମାନଙ୍କ ମଧ୍ୟରୁ ଦୀପବୀର ଜଣେ।