ଦୃଷ୍ଟିହୀନ କରିପାରେ ସ୍ମାର୍ଟଫୋନର ନୀଳରଶ୍ମୀ
ସ୍ମାର୍ଟଫୋନ୍ରେ ଅନବରତ ବ୍ୟସ୍ତ ରହିବା ଦ୍ୱାରା ଆଖି ଉପରେ ଗଭୀର ପ୍ରଭାବ ପଡ଼ିଥାଏ । ଏହାର ଆହୁରି ଅନେକ କୁପରିଣାମ ଥିଲେ ମଧ୍ୟ ଆଖିକୁ ସବୁଠୁ ଅଧିକ ହାନି ପହଞ୍ôଚଥାଏ । ବୈଜ୍ଞାନିକଙ୍କ ମତରେ, ସ୍ମାର୍ଟଫୋନ୍ରୁ ବିଚ୍ଛୁରିତ ହେଉଥିବା ନୀଳ ରଶ୍ମି ଯୋଗୁ ଦୃଷ୍ଟିଶକ୍ତି ବି ଚାଲିଯାଇପାରେ । ସଦ୍ୟ ଗବେଷଣାରୁ ଏହା ଜଣାପଡ଼ିଛି । ଆଖିର ରେଟିନାରେ ମହଜୁଦ୍ ଗୁରୁତ୍ୱପୂର୍ଣ୍ଣ ମଲିକ୍ୟୁଲ୍କୁ ସ୍ମାର୍ଟଫୋନ୍ କିମ୍ବା ଡିଜିଟାଲ୍ ଉପକରଣରୁ ବାହାରୁଥିବା ରଶ୍ମି ଘାତକ କୋଶିକାରେ ପରିବର୍ତ୍ତନ କରିପାରେ । ୟୁନିଭର୍ସିଟି ଅଫ୍ ଟୋଲେଡୋରେ ଏହି ଗବେଷଣା କରାଯାଇଛି । ଏଥିରୁ ଜଣାପଡ଼ିଛି, ସ୍ମାର୍ଟଫୋନ୍ କିମ୍ବା ଟାବ୍ ଭଳି ଡିଜିଟାଲ୍ ଉପକରଣରୁ ନିର୍ଗତ ନୀଳ ରଶ୍ମି ଦୃଷ୍ଟିହୀନ କରିଦେଇପାରେ । ବୈଜ୍ଞାନିକଙ୍କ ମତରେ, ମାକ୍ୟୁଲାର୍ ଡିଜେନେରେସନ୍ ଏକ ଚକ୍ଷୁ ରୋଗ, ଯେଉଁଥିରେ ଆଖିର ରଶ୍ମି ଚାଲିଗଲେ ଫେରିବା ଅସମ୍ଭବ । ଏହି ରୋଗ ଅତିକମ୍ରେ ୫୦ ରୁ ୬୦ ବର୍ଷ ବୟସରୁ ଆରମ୍ଭ ହୋଇଥାଏ । ଏଥିରେ ରେଟିନାରେ ଥିବା ଫଟୋରିସେପ୍ଟର ସେଲ୍ ନଷ୍ଟ ହୋଇଯାଏ । ଏହି କୋଶିକା ମସ୍ତିଷ୍କକୁ ସଙ୍କେତ ପ୍ରେରଣ କରିଥାଏ । କିନ୍ତୁ ଡିଜିଟାଲ୍ ଉପକରଣରୁ ନିର୍ଗତ ନୀଳ ରଶ୍ମି ଏହାକୁ ନିମିଷକେ ନଷ୍ଟ କରିଦିଏ । ବର୍ତ୍ତମାନ ସମୟରେ ଏହି ରୋଗ ବୟସ୍କଙ୍କ ତୁଳନାରେ ଯୁବପିଢ଼ି ଏବଂ ଛୋଟ ପିଲାଙ୍କଠାରେ ଅଧିକ ଦେଖିବାକୁ ମିଳିଲାଣି ।