ମହୁମାଛି ଆକ୍ରମଣରେ ୩୦ ଛାତ୍ରଛାତ୍ରୀ ଆହତ

ମହୁମାଛି ଆକ୍ରମଣରେ ୩୦ ଛାତ୍ରଛାତ୍ରୀ ଆହତ, ୨ ଗୁରୁତର । ଢେଙ୍କାନାଳ କଙ୍କଡାହାଡ ବ୍ଲକରେ ଥିବା ସଂସ୍କାର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସମର କ୍ୟାମ୍ପ ପାଇଁ ପିଲାମାନେ ରାମିଆଳ ନଦୀର ସାପୁଆ ଡ୍ୟାମରେ ଏକାଠି ହୋଇଥିଲେ । ଗାଧୋଇବାକୁ ଯିବା ଯିବା ପାଇଁ ପିଲାମାନେ ପ୍ରସ୍ତୁତି ଚଳାଇଥିଲେ । ଏହି ସମୟରେ ମହୁମାଛି ଆକ୍ରମଣ କରିଛି ।

ସ୍କୁଲର ୯୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅନେକ ମହୁମାଛି ଆକ୍ରମଣ କରିବା ନେଇ ଜାଣିବା ପରେ ଏଣେତେଣୁ ଦୌଡି ପଳାଇଥିଲେ । ଆହତମାନେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି ସ୍କୁଲର ଅଧ୍ୟକ୍ଷ ଶାନ୍ତନୁ ଚାଟାର୍ଜୀ ସୂଚନା ଦେଇଛନ୍ତି ।