ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’

ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି । ହଜାର ହଜାର ସମର୍ଥକଙ୍କ ଗହଣରେ ନବୀନ ପଟ୍ଟନାୟକ ରାଜଧାନୀର ପଳାଶପଲ୍ଲୀରୁ ରୋଡ ସୋ’ ଆରମ୍ଭ କରିଛନ୍ତି । ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ ପଟ୍ଟନାୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଜୁଲାଇରୁ ବିଜୁଳି ବିଲ୍ ଆସିବନି। ବିଏସକେଓ୍ବାଇ କାର୍ଡ ସମସ୍ତଙ୍କୁ ମିଳିବ। ଜଗନ୍ନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର କାମ ଭଲ ଭାବରେ ଚାଲିଛି। ଆପଣମାନେ ଖୁସି ତ ? ଶଙ୍ଖ ଚିହ୍ନ ଭଲ କି ? ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ନବୀନ। ଏହା ସହ ଉଭୟ ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ମଧ୍ୟ ଅପିଲ୍ କରିଥିଲେ।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମେଗା ରୋଡ୍ ଶୋ ପଲାସପଲ୍ଲୀରୁ ଆରମ୍ଭ ହୋଇଛି। ଯାହା ସୁନ୍ଦରପଦା ହାଟ ଓ ପୋଖରୀପୁଟ ଛକ ଦେଇ ପ୍ରମେୟ ଛକରେ ପହଞ୍ଚିବ। ସେଠାରୁ ନୂଆ ନୂଆ ବିମାନବନ୍ଦର ରାସ୍ତା ଦେଇ ରୋଡ୍ ସୋ’ ଶିରିପୁର ଛକ, ଗଙ୍ଗନଗର ଛକରେ ପହଞ୍ଚିବା ପୁଣି ସେଠାରୁ ନୂଆ ଏୟାରପୋର୍ଟ ଛକ ଏବଂ ଏକାମ୍ର ଛକ ଦେଇ ନବୀନ ନିବାସକୁ ଫେରିବେ ମୁଖ୍ୟମନ୍ତ୍ରୀ।

ଏହି ରୋଡ ସୋ ଦେଖିବାକୁ ଆସିଥିବା ଲୋକେ ନବୀନଙ୍କ ବଡ଼ ବଡ଼ ହୋର୍ଡିଂ, ଶଙ୍ଖ ମାସ୍କଟ ଧରି ରାସ୍ତାରେ ଛିଡ଼ା ହୋଇଥିବାର ଦେଖାଯାଇଥିଲା। ଏମିତିକି ନବୀନଙ୍କୁ ସ୍ବାଗତ ପାଇଁ ଅନେକ ସ୍ଥାନରେ ଦାସକାଠିଆ, ସଂର୍କୀତ୍ତନ ଆଦିର ଆୟୋଜନ କରାଯାଇଛି। ଯୋଡି଼ଶଙ୍ଖ, ଦୁଲୁଦୁଲି ବାଜାରେ କମ୍ପୁଛି ରାଜଧାନୀ।