ବରଗଡ଼ରେ ନିର୍ବାଚନ ହିଂସା; ଜଣେ ମୃତ

ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଭୋଟ୍ ବେଳେ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏପରିକି ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ରହିଛି । ତେବେ ଏପରି ଅଭାବନୀୟ ଘଟଣା ବରଗଡ଼ ସଦର ଥାମା ସରସରା ଗାଁରେ ଘଟିଛି ।

ଜଣେ ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । କିଛି ଭୋଟରଙ୍କୁ ନେଇ ଯିବା ବେଳେ ଅଟୋ ଡ୍ରାଇଭର ଉପରେ ଅକ୍ରମଣ କରିଥିଲେ ଦୃବୁତ୍ତ । ତେବେ କେଉଁ ମାନେ ହତ୍ୟା କରିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ସେହିପରି ବେରୁଆବାଡ଼ି ବୁଥରେ ବିଜେପି-ବିଜେଡି କର୍ମୀଙ୍କ ମଧ୍ୟ ମାରପିଟ୍ । ବୁଥ୍ ରିଗିଂ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଜେପି କର୍ମୀଙ୍କୁ ବିରୋଧ କରିବା ଯୋଗୁଁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଥି ସୂଚନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଖିଲା । ସେପଟେ ଘଷିପୁରା ନିର୍ବାଚନୀ ହିଂସା ପରେ, ରାଜ୍ୟ ନିର୍ବାଚନ ଅଧିକାରୀ କଠୋର ମତ ଘୋଷଣା କରିବା ସତ୍ତ୍ୱେ ରାଜ୍ୟରେ ନିର୍ବାଚନୀ ହିଂସା ଜାରି ରହିଛି ।

ସୂଚନାଥାଉ ଯେ, ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ । ରାଜ୍ୟର ୫ ଲୋକସଭା ସହ ୩୫ ବିଧାନସଭା ଆସନରେ ଚାଲିଛି ଭୋଟିଂ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ ।