ଯୁବତୀ ପ୍ରସ୍ତାବ ଦେଲେ ବି ସେକ୍ସ କରିବାକୁ ଯେଉଁଠି ଚାହାଁନ୍ତିନି ଯୁବକ, ଜାଣନ୍ତୁ କେଉଁଠି ଓ କାହିଁକି ?

ନୂଆଦିଲ୍ଲୀ : ଶାରୀରିକ ସଂପର୍କ ବିନା ସଂସାର ଆଗକୁ ବଢିପାରେନା । ସାଧାରଣତ ମଣିଷ ଶାରୀରିର ସଂପର୍କ ବା ସେକ୍ସ ପ୍ରତି ଆଗ୍ରହ ଦେଖାଇଥାଏ । ଯୁବ ବୟସରେ ସେକ୍ସ ବା ଶାରୀରିକ ସଂପର୍କ ପ୍ରତି ଯୁବକ ମାନଙ୍କର ଆଗ୍ରହ ଅଧିକ ରହିଥାଏ । ସେକ୍ସ ପାଇଁ ଅନେକ ସମୟରେ କ୍ରାଇମ ହେବାର ନଜିର ବି ରହିଛି । ହେଲେ ଆପଣ ଜାଣିବି ଆଶ୍ଚର୍ଯ୍ୟ ହେବେ ଏମିତି ବି ଯୁବକ ଅଛନ୍ତି ଯେଉଁ ମାନେ ପ୍ରେମ କି ଶାରୀରିକ ସଂପର୍କ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି । ଏମିତିକି ଯୁବତୀ ମାନେ ସେମାନଙ୍କୁ ସେକ୍ସ ଲାଗି ଆମନ୍ତ୍ରଣ କଲେବି ସେଥିପ୍ରତି ସେମାନେ ନଜର ଅନ୍ଦାଜ କରନ୍ତି ବୋଲି କୁହାଯାଉଛି ।

ଏହି ଦେଶର ଲୋକେ ନିଜ ନିଜର କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କ ମନ ଭିତରକୁ ନିଜର କାର‌୍ୟ୍ୟ ବ୍ୟତୀତ ଅନ୍ୟ କୌଣସି କଥା ଆସୁ ନାହିଁ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ ସେମାନେ ନିଜର ପାର୍ଟନରକୁ ଡେଟ୍‌ ପାଇଁ ବି ସମୟ ଦେଇ ପାରୁନାହାଁନ୍ତି। ଲୋକଙ୍କର ଏହି ଅଭ୍ୟାସ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି।

ଯୁବକ ମାନଙ୍କ ଭିତରେ ସେକ୍ସ ପ୍ରତି ଆଗ୍ରହ ନଥିବା ଦେଶ ହେଉଛି ଜାପାନ । ଏହି ଦେଶର ଲୋକେ ବାହାଘର,ପ୍ରେମ ଓ ଶାରୀରିକ ସଂପର୍କକୁ ଗୁରୁତ୍ୱ ଦେଉ ନାହାନ୍ତି । ଖାସ କରି ଯୁବ ପିଢିଙ୍କ ଭିତରେ ବି ଏସବୁ ପ୍ରତି ସେତେଟା ଆଗ୍ରହ ନଥିବା କୁହାଯାଉଛି । କୁହାଯାଏ ଏମାନେ ନିଜ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ଏସବୁ ଚିନ୍ତା କରିବାକୁ ସେମାନଙ୍କ ପାଖରେ ସମୟ ନଥାଏ ।

ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ ଜାପାନର ପ୍ରାୟ ୭୪ ପ୍ରତିଶତ ଯୁବକ ସଂପ୍ରତି କୌଣସି ପ୍ରକାରର ପ୍ରେମ ସଂପର୍କ ବା ଶାରୀରିକ ସଂପର୍କରେ ନାହାନ୍ତି। ଏହି ଯୁବକମାନଙ୍କ ବୟସ ୨୦ ବର୍ଷ। ଯଦି ଏହି ପ୍ରକ୍ରିୟା ଜାପାନରେ ଜାରି ରହେ,ତେବେ ଭବିଷ୍ୟତରେ ତାହା ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି। ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଏହାଫଳରେ ଦେଶର ଜନସଂଖ୍ୟା ବିପୁଳମାତ୍ରାରେ ହ୍ରାସ ଘଟିବ।