ଆଇପିଏଲରୁ ବାଦ୍ ପଡିଲେ ସୂର୍ଯ୍ୟ କୁମାର ଯାଦବ

ଆଇପିଏଲରୁ ବାଦ୍ ପଡିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଯୁବଖେଳାଳି ସୂର୍ଯ୍ୟ କୁମାର ଯାଦବ । ବାମ କହୁଣୀରେ ଆଘାତ ଲାଗିବା ପରେ ସେ ପୂରା ସିଜିନ୍ ଲାଗି ବାଦ୍ ପଡିଛନ୍ତି । ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ବିସିସିଆଇ ମେଡିକାଲ୍ ଟିମ୍ ଯାଦବଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ବିଶ୍ରାମ ଦରକାର ବୋଲି ପରାମର୍ଶ ଦେଇଛି।

ଚଳିତ ଆଇପିଏଲରେ ଯାଦବ ୮ଟି ମ୍ୟାଚ ଖେଳି ଦଳ ପାଇଁ ୪୩.୨୯ ହାରରେ ୩୦୩ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୁରୁତ୍ୱପୂର୍ଣ୍ଣ ୩ଟି ଅର୍ଦ୍ଧଶତକ ସାମିଲ ରହିଛି । କୋଲକାତା ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇ ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ୬ ତାରିଖରେ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ତାଙ୍କୁ ଆଘାତ ସମସ୍ୟା ପାଇଁ ବାଦ୍ ଦିଆଯାଇଥିଲା ।

ଏହା ପୂର୍ବରୁ ଫେବ୍ରୁଆରିରେ ଶ୍ରୀଲଙ୍କା ବିପକ୍ଷରେ ଭାରତରେ ହୋଇଥିବା ୩ ମ୍ୟାଚ୍‌ବିଶିଷ୍ଟ ‘ଟି୨୦ ଆନ୍ତର୍ଜାତିକ ସିରିଜ୍‌’ରେ ଟିମ୍‌ ଇଣ୍ଡିଆରୁ ସୂର୍ଯ୍ୟକୁମାର ଯାଦବ ବାଦ ପଡ଼ିଥିଲେ। ଫିଲ୍‌ଡିଙ୍ଗ୍‌ ସମୟରେ ସୂର୍ଯ୍ୟକୁମାରଙ୍କ ହାଡ଼ରେ ଆଘାତ ଲାଗିଥିଲା, ତେଣୁ ସେ ଭାରତୀୟ ଦଳରେ ସାମିଲ ହୋଇପାରି ନଥିଲେ । ଏହାପରେ ସେ ଚିକିତ୍ସା ଲାଗି ବେଙ୍ଗାଲୁରୁସ୍ଥିତ ‘ନ୍ୟାସ୍‌ନାଲ୍‌ କ୍ରିକେଟ୍‌ ଏକାଡେମି’କୁ ଯାଇଥିଲେ।