ନିଆଁରେ ଜଳୁଥିବା ବଲରେ ଫୁଟ ବଲ ମ୍ୟାାଚ, ବିଦେଶରେ ନୁହେଁ, ଓଡିଶାରେ ହୁଏ ଏମିତି ଖେଳ କେଉଁଠି

ଭୁବନେଶ୍ୱର : ଫୁଟବଲ ମ୍ୟାାଚ । ତାହା ପୁଣି ନିଆଁ ଲାଗି ଜଳୁଥିବା ବଲରେ । ଜଳନ୍ତା ବଲକୁ ରଖି ଖେଳାଯାଏ ଫୁଟବଲ । ଏମିତି ଏକ ନିଆରା ମ୍ୟାଚ ଦରିଆପାରି ୭ ରାଇଜର ନୁହେଁ ଆମ ଓଡିଶାରେ । ଦୀପାବଳୀରେ ରହିଛି ଏମିତି ପରମ୍ପରା ।
ଦୀପାବଳିରେ ଅଦ୍ଭୁତ ପରମ୍ପରା । ନିଆଁ ଲଗାଇ ବଲ୍କୁ ଖେଳିଥାନ୍ତି ଗାଁର ଯୁବକ । ଏପରି ଅଦ୍ଭୁତ ତଥା ବିପଜ୍ଜନକ ଖେଳ ଦେଖିବାକୁ ମିଳିଥାଏ ରେଢାଖୋଲ ଯଦୁମଣିପାଟଣାରେ । ଫୁଟବଲ ଭଳି ଏଥିରେ ଏକ ବଲକୁ ଗୋଡ଼ରେ ମାରି ଖେଳିଥାନ୍ତି ପିଲାମାନେ । କିନ୍ତୁ ସେହି ବଲ୍ ଟି ଜଳୁଥାଏ।

ଫୁଟବଲ ପଡ଼ିଆ ପ୍ରସ୍ତୁତ । ଖେଳାଳି ବି ପ୍ରସ୍ତୁତ । ରେଢାଖୋଲ ଯଦୁମଣିପାଟଣା ଗାଁ ।ଦୀପାବଳି ସଂଧ୍ୟାରେ ସମସ୍ତେ ବାଣ ଫୁଟାଇବାର ମଜା ନେଉଥିବା ବେଳେ ଏଠାରେ କିନ୍ତୁ ଖେଳାଯାଇଥାଏ ଏହି ନିଆରା ଖେଳ । ନିଆଁରେ ଜଳୁଥିବା ଏକ ବଲ୍କୁ ଫୁଟ୍ବଲ ଭଳି ଖେଳିଥାନ୍ତି ଗାଁର ପିଲାମାନେ । ସ୍ଥାନୀୟ ଭୀମଭୋଇ ମିନି ଷ୍ଟାଡିୟମରେ ଦୀପାବଳି ସଂଧ୍ୟାରେ ପହଞ୍ଚିଯାଆନ୍ତି ଗାଁର ପିଲାଠୁ ବୁଢ଼ା ପର‌୍ୟ୍ୟନ୍ତ ସମସ୍ତେ । ପାରମ୍ପରିକ ପୂଜାର୍ଚ୍ଚନା ପରେ ଏହି ନିଆରା ଖେଳ ଖେଳାଯାଇଥାଏ । ଫୁଟବଲ ଭଳି ୨ଟି ଟିମ୍ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଫିଲ୍ଡରେ ଥାଏ ନିଆଁରେ ଜଳୁଥିବା ଏକ ବଲ୍ । ଏହା ବିପଜ୍ଜନକ ହୋଇଥିଲେ ମଧ୍ୟ ଗତ ୫୦ ବର୍ଷ ହେଲା ଗାଁରେ ଏହି ନିଆରା ଖେଳ ଖେଳାଯାଉଛି ।

ଯଦୁମଣିପାଟଣା ଗାଁରେ ୧୯୬୮ରୁ ପ୍ରତିବର୍ଷ ଦୀପାବଳିରେ ଖେଳାଯାଉଛି ଏହି ନିଆରା ଖେଳ । ଅଖାବସ୍ତା, ସୁତୁଲି, ଘିଅ ଓ କିରୋସନିକୁ ନେଇ ପ୍ରସ୍ତୁତ ହୋଇଥାଏ ଏହି ବଲ୍ । ଦୀପାବଳିର ୨ ଦିନ ପୂର୍ବରୁ କାରିଗର ମାନେ ଏହି ବଲ୍କୁ ପ୍ରସ୍ତୁତ କରିଥାନ୍ତି । ଅଖା ବସ୍ତାରେ ବଲ୍ ଟି ତିଆରି ହେବାପରେ ଏହାକୁ ଘିଅ ଓ କିରୋସିନରେ ବତୁରା ଯାଏ । ମ୍ୟାଚର ସପ୍ତାହକ ପୂର୍ବରୁ ଏଥିପାଇଁ ପ୍ରସ୍ତୁତି ବୈଠକ ବସିଥାଏ । ମ୍ୟାଚ୍ ସମୟରେ ଖେଳାଳିଙ୍କ ସୁରକ୍ଷା ପାଇଁ ପାଣି, ଔଷଧ, ବାଲି ଏବଂ ଅନ୍ୟ ସୁରକ୍ଷା ସରଞ୍ଜାମ ପ୍ରସ୍ତୁତ ରଖାଯାଇଥାଏ ।ଟ୍ଟ
ଦୀପାବଳି ସଂଧ୍ୟାରେ ନିଆରା ଢଙ୍ଗରେ ଖେଳାଯାଉଥିବା ଏହି ଫୁଟବଲ ମ୍ୟାଚ୍ ଦେଖିବାକୁ ଯେତିକି ମଜାଦାର ସେତିକି ବିପଜ୍ଜନକ ।ଟ୍ଟ