ସମ୍ବଲପୁରର ପୂର୍ବତନ ବିଧାୟିକା ଡା.ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବରେ ଡା.ରାସେଶ୍ୱରୀ ପାଣିଗ୍ରାହୀଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର(ବ୍ୟୁରୋ): ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ପ୍ରତିଷ୍ଠିତ ଚିକିତ୍ସିକ ଡା.ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ରବିବାର ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଆଶୀର୍ବାଦ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଜନନେତ୍ରୀ ଡା. ପାଣିଗ୍ରାହୀ ସମ୍ବଲପୁରର ଜଣେ ଦୃଢ ସଙ୍ଗଠିକା ଭାବେ ଜଣାଶୁଣା । ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା ଡ. ପାଣିଗ୍ରାହୀ ଏକ ଶକ୍ତିଶାଳୀ ରାଜନୈତିକ ପରିବାରରୁ ଆସିଥିବା ବେଳେ ଦୃଢ଼ ସାଂଗଠନିକ ଦକ୍ଷତା ଏବଂ ତୃଣମୂଳ ସ୍ତରର କର୍ମୀଙ୍କ ସହ ତାଙ୍କର ଗଭୀର ସମ୍ପର୍କ ରହିଛି । ସମ୍ବଲପୁର ଲୋକସଭାର ପ୍ରାର୍ଥୀ ଭାବରେ ଆଜି ଶ୍ରୀ ପ୍ରଧାନ ଡା. ରାସେଶ୍ୱରୀଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେଇଛନ୍ତି।