ପ୍ରକାଶ ପାଇଲା CISCE ଦଶମ ଓ ଦ୍ଵାଦଶ ରେଜଲ୍ଟ

ପ୍ରକାଶ ପାଇଲା କାଉନ୍ସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ସାମିନ୍ନେସନ୍ସ (CISCE) ରେଜଲ୍ଟ । ଦିନ ୧୧ଟାରେ ସିଆଇଏସ୍ସିଇର ୱେବ୍ସାଇଟ୍ www. cisce.orgରେ ଫଳ ପ୍ରକାଶ ପାଇଛି । ତେବେ ଦଶମରେ ଝିଅଙ୍କ ବାଜିମାତ ହୋଇଥିବାବେଳେ ଦ୍ୱାଦଶରେ ବାଜିମାରିଛନ୍ତି ପୁ୍ଅ ।

ପରୀକ୍ଷା ଫଳ ପ୍ରକାଶ ପରେ ସ୍କୋର କାର୍ଡ ଡିଜି ଲକର୍ ଏବଂ ବୋର୍ଡ ୱେବ୍ସାଇଟ୍ ଏବଂ କ୍ୟାରିଅର ପୋର୍ଟାଲ୍ ରେ ଉପଲବ୍ଧ ହେବ । ଏଠାରୁ ପରୀକ୍ଷାର୍ଥୀମାନେ ନିଜର ତଥ୍ୟ ଦେଇ ସ୍କୋର କାର୍ଡ ଡାଉନଲୋଡ୍ କରିପାରିବେ । ପାଇଥିବା ନମ୍ବରରେ ସନ୍ତୁଷ୍ଟ ନ ଥିଲେ ମେ ୧୦ ତାରିଖ ମଧ୍ୟରେ ରିଚେକିଂ ପାଇଁ ଆବେଦନ କରିପାରିବେ ।