ମୋଦିଙ୍କ ରୋଡ ଶୋ’ରେ କମ୍ପିବ ରାଜଧାନୀ, ଅପରାହ୍ନ ୨ଟା ଠାରୁ ମାଷ୍ଟରକ୍ୟାଣ୍ଟିନ ଠାରୁ ବାଣୀବିହାର ରାସ୍ତା ବନ୍ଦ

୨୦୨୪ ନିର୍ବାଚନକୁ ନେଇ ସବୁ ଦଳ ସେମାନଙ୍କୁ ପ୍ରସ୍ତୁତିରେ ଲାଗିଛନ୍ତି । ଏହାରି ଭିତରେ ନିର୍ବାଚନ ପ୍ରଚାର ପାଇଁ ଆଜି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହାଇ ହାଲର୍ଟରେ ରହିଛି ରାଜଧାନୀ ।

ମୋଦିଙ୍କୁ ସମେସ୍ତ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଆଜି ସଂଧ୍ୟାରେ ରାଜଧାନୀ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ବିଶାଳ ରୋଡ ଶୋ’ ରହିଛି । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ବାଣୀ ବିହାର ଛକ ପର୍ଯ୍ୟନ୍ତ ଏକ ରୋଡ ଶୋ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଯାନବାହାନ ଚଳାଚଳ ଉପରେ ଅସ୍ଥାୟୀ କଟକଣା ଲଗାଇଛି ପୁଲିସ କମିଶନରେଟ, ଭୁବନେଶ୍ୱର କଟକ ଟ୍ରାଫିକ।

ଅପରାହ୍ନ ୨ଟା ଠାରୁ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ସରିବା ପର୍ଯ୍ୟନ୍ତ ଜନପଥ ଅର୍ଥାତ୍ ମାଷ୍ଟରକ୍ୟାଣ୍ଟିନ ଠାରୁ ବାଣୀ ବିହାର ଏବଂ ଅପର ପାର୍ଶ୍ୱର ରାସ୍ତା ଦେଇ କୌଣସି ପ୍ରକାର ଯାନବାହାନ ଚଳାଚଳ କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ନିର୍ଦ୍ଦେଶନାମା ମାଧ୍ୟମରେ ଭୁବନେଶ୍ୱରବାସୀଙ୍କୁ ସଚେତନ କରାଇଛି ପୁଲିସ କମିଶନରେଟ ଭୁବନେଶ୍ୱର କଟକ ଟ୍ରାଫିକ। କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’କୁ ଦୃଷ୍ଟିରେ ରଖି ମୋ ବସର ରୁଟକୁ ମଧ୍ୟ ବଦଳାଇଦିଆଯାଇଛି । ମାଷ୍ଟରକ୍ୟାଣ୍ଟିନରୁ ବାଣିବାହାର ଦେଇ ଯାଇଥିବା ମୋ ବସ୍ ଗୁଡ଼ିକ ରାଜମହଲ, ଏଜି ଛକ ଦେଇ ଆଚାର୍ଯ୍ୟ ବିହାର ଓ ବାଣିବାହାରକୁ ଯିବ । ଅପରାହ୍ନ ୨ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଏହି କଟକଣା ଲାଗିବ । ଏହାସହ ମାଣ୍ଟର କ୍ୟାଣ୍ଟିନରୁ ବାଣିବିହାର ପର୍ଯ୍ୟନ୍ତ ରାସ୍ତାକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯାଇଛି ।