ଭୁବନେଶ୍ୱର : ରାଜ୍ୟରେ ବିଜୁ ଜନତା ଦଳ କ୍ରମାଗତ ଭାବରେ ପଞ୍ଚମଥର ପାଇଁ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ଦଳର ସଭାପତି ତଥା ମାନ୍ୟବର ମୁଖମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟଙ୍କ ନେତୃତ୍ୱରେ ସରକାର ଗଢ଼ିଛି । ଏହି ଅବସରରେ ଆଜି ବିଜୁ ଜନତା ଦଳର ୩୧୪ ବ୍ଲକ ସଂଯୋଜକ, ୧୧୪ ଏନ୍ଏସି/ମ୍ୟୁନିସିପାଲିଟି ସଂଯୋଜକ ଏବଂ ଫନି ବାତ୍ୟା ପରେ ପୁରୀ ଜିଲ୍ଲା ପାଇଁ ଗଠିତ ସ୍ୱେଚ୍ଛାସେବୀ କର୍ମୀମାନେ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ ସହ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି । ୨୦୧୯ ନିର୍ବାଚନରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ସଂଖ୍ୟାଧିକ ଆସନରେ ଜିତିବା ସହିତ ରାଜ୍ୟରେ ସରକାର ଗଢ଼ିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଶୁଭେଚ୍ଛା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜେଡି ମୁଖପାତ୍ର ତଥା ବିଜେଡି ଆଇଟି ୱିଙ୍ଗ ମୁଖ୍ୟ ଅମର ପଟ୍ଟନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ଜେନା, ସଂପାଦକ ମଳୟ ରଞ୍ଜନ ପତି, ଶୁଭ୍ରାଂଶୁ ମିଶ୍ର, ତାରିଣୀ ପ୍ରସାଦ ନାୟକ, ରଶ୍ମୀରଞ୍ଜନ ଦାସ, ଚିନ୍ମୟ ଦାଶ, ଦୀପକ ସାହୁ, ସ୍ନେହାଶିଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।