ଶ୍ରମିକ ନେତା ବୃନ୍ଦାବନ ସାବତଙ୍କ ଶ୍ରାଦ୍ଧବାର୍ଷିକ

ବ୍ରହ୍ମପୁର : ଜଣେ ସରକାରୀ କର୍ମଚାରୀ ଭାବେ ନିଜ କାର୍ଯ୍ୟ ଆରମ୍ଭ କରି କର୍ମଚାରୀମାନଙ୍କ ତଥା ଶ୍ରମିକ ମାନଙ୍କ ହକ ପାଇଁ ଅହ ରହ ସଂଗ୍ରାମ କରୁଥିଲେ । ସରକାରଙ୍କ ନିକଟରେ ସଠିକ୍ ଦାବି ଉପସ୍ଥାପନା କରି ସେମାନଙ୍କୁ ନ୍ୟାଯ୍ୟ ଦାବି ଦେବାରେ ତାଙ୍କ ଭୂମିକା ରହୁଥିଲା । ହେଲେ ସେ ଆଉ ନାହାନ୍ତି । ଏମିତି ଜଣେ ଦରଦି ଶ୍ରମିକ ନେତ ବୃନ୍ଦାବନ ସାବତଙ୍କ ଭୂମିକାକୁ ତାଙ୍କ ଶ୍ରାଦ୍ଧ ବାର୍ଷିକରେ ମନେପକାଇଥିଲେ ତାଙ୍କ ପ୍ରଶଂସକ । ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ରାଜ୍ୟ ସଭାପତି, ଓଡ଼ିଶା ରାଜ୍ୟ ଅଣ ଗଜେଟେଡ କର୍ମଚାରୀ ସମ୍ମନ୍ୱୟ ସମିତି (ଏନ୍ ଜି ଓ )ର ରାଜ୍ୟ ସଭାପତି, ଗଞ୍ଜାମ ଜିଲ୍ଲା ଓଭର୍ଶିଅର ସଂଘର ସଭାପତି ଅବସର ପରେ ଭାରତୀୟ ମଜଦୂର ସଂଘର ଗଞ୍ଜାମ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ନେଇ ଅଙ୍ଗନୱାଡ଼ି ଦିଦି ଆଶା କର୍ମୀ ମାନକ ବେତନ ବୃଦ୍ଧି ଓ ତାଙ୍କୁ ଉଚିତ୍ ସମ୍ମାନ ପାଇଁ ରାଜରାସ୍ତାରେ ଦିବାରାତ୍ର ଆନ୍ଦୋଳନ କରି ଏକ ଆଲୋଡନ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ସ୍ୱର୍ଗତ ବୃନ୍ଦାବନ ସାବତ । ସେ ତାଙ୍କ ଶେଷ ସମୟ ଯାଏଁ ନିଜ କର୍ମମୟ ଜୀବନ ରେ ସେ ନିଜକୁ ସମାଜ କାମରେ ନିଜକୁ ସମର୍ପି ଦେଇଥିଲେ । ସେ ବ୍ରହ୍ମପୁର ଜଳ ସମସ୍ୟା ପାଇଁ ପୋଷ୍ଟ କାଡ ଆନ୍ଦୋଳନ, ବ୍ରହ୍ମପୁରରେ ଜନସଂଖ୍ୟା ଦୃଷ୍ଟିରୁ ଏକ କ୍ଟ୍ରବଗ୍ଦଗ୍ଦରଦ୍ଭଶରକ୍ସ ଷବକ୍ଷଗ୍ଧ ନିର୍ମାଣ ପାଇଁ ବାରମ୍ବାର ଆନ୍ଦୋଳନ କରି କେନ୍ଦ୍ର ସରକାରଙ୍କୁ ବଜେଟ ସମୟରେ ଚେତେଇ ବା କାମ କରିବା ସହ ଏହା ଯଥୋଚିତ ଦର୍ଶାଇ ପୀୟୂଷ ଗୋୟଲଙ୍କୁ ଅବଗତ କରାଇବା ପାଇଁ ସଂଗଠିତ ଟିମ୍ କୁ ପଠାଇଥିଲେ । ଖାଲି ସେତିକି ନୁହଁ , ବ୍ରହ୍ମପୁର ରେ ବ୍ରାହ୍ମଣ ପିଲାମାନଙ୍କୁ ବେଦଧ୍ୟାନ ପାଇଁ ବେଦ ପାଠସାଲା ପ୍ରତିଷ୍ଠା ପାଇଁ ମୂଳଦୁଆ ପକାଇଥିଲେ ଯାହା ଆଜି ଏକ ମହାଦ୍ରୁମ ରେ ପରିଣତ ହୋଇଛି ସେହିପରି ଗଜପତି ନଗର ଶିଶୁ ମନ୍ଦିରରେ ସଭାପତି ରହିଥିଲେ ଶ୍ରୀ ସାବତ ସେହିପରି ଶ୍ରୀ ସାବତ ତାରାତାରିଣୀ, ଭୈରବୀ,ସକଲେଶ୍ୱର ଆଙ୍କୁଲି ଭଳି ବିଭିନ୍ନ ଦେବାନୁଷ୍ଠାନ ସହ ସଂଶ୍ଳି୍ଟ ରହି ତାର ଉନ୍ନତି, ସହରରେ ବୃକ୍ଷରୋପଣ, କିଆ ଫୁଲ ଚାଷୀ ସଂଗଠନ ର ମାର୍ଗଦର୍ଶକ ରହିଥିଲେ ।

ଏକାଧାରରେ ସେ ଜଣେ କର୍ମନିଷ୍ଠ , ସମୟନୁବତ୍ତ ତଥା ପରିଶ୍ରମୀ, ସୁଲେଖକ, ସୁବକ୍ତା ଭାବେ ପରିଚିତ ଥିଲେ । ହରେକୃଷ୍ଣ ମହତାବ, ବିଜୁବାବୁ, ନଦିନୀ ଶତପଥୀ, ଜାନକୀ ବାବୁ,ବିନାୟକ ଆଚାର୍ଯ୍ୟଙ୍କ ଭଳି ବ୍ୟକ୍ତିତ୍ୱଙ୍କ ସଂସ୍ପର୍ଶରେ ଆସି ସେ ନିଜକୁ କର୍ମଚାରୀଙ୍କ ସର୍ବ ସମାଧାନର ସୂତ୍ରଧର ଓ ଶ୍ରମିକ ନେତା ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି । ତାଙ୍କ ଅବତ୍ତମାନରେ ତାଙ୍କ ଶ୍ରାଦ୍ଧ ଦିବସରେ ଲୋକେ ଏମିମି ଭାବେ ତାଙ୍କ କାମକୁ ବଖାଣି ମନେପକାଉଛନ୍ତିା ୨୦୨୦ ମସିହା ମାର୍ଚ୍ଚ ୨୨ ତାରିଖରେ ଯେଉଁ ଦିନ ସାରା ଦେଶରେ ରେ କର୍ଫ୍ୟୁ ଲାଗିଥିଲା ସେ ସମସ୍ତଙ୍କୁ ଛାଡ଼ି ସ୍ୱର୍ଗାରୋହଣ କରିଲେ । ସ୍ୱର୍ଗତ ସାବତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବହୁ କର୍ମଚାରୀ ନେତା, ସମାଜସେବୀ ସାହିତିକ ଓ ସାମ୍ବାଦିକ ଭାଇ ଯୋଗଦାନ କରି ତାଙ୍କ ସ୍ମୃତି ଚାରଣ କରିବା ସହ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ବ୍ୟକ୍ତ କରିଛନ୍ତି । ତାଙ୍କୁ ଅନେକ ଓଜଶ୍ୱି ସମ୍ମାନ ମିଳିଛି । ତନ୍ମଧ୍ୟରୁ ଓଡ଼ିଶା ରାଜ୍ୟ ଅଣ ଗଜେଟେଡ କର୍ମଚାରୀ ସମ୍ମନ୍ୱୟ ସମିତି (ଏନ୍ ଜି ଓ )ର କର୍ମବୀର ସମ୍ମାନ ,ପତିତପାବନ ସମ୍ମାନ, ପ୍ରକୃତିବନ୍ଧୁ ସମ୍ମାନ, କୃଷି ଓଭରଶିୟର ସଂଘ ପକ୍ଷରୁ ଞ୍ଚବିଶେଷ ବ୍ୟକ୍ତିତ୍ୱ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି । ଏଭଳି ବ୍ୟକ୍ତିତ୍ୱ ଅଧୁନା ସମାଜ ପାଇଁ ମହାଦୂର୍ଲଭ । ଏହି କାର୍ଯ୍ୟକ୍ରମରେ ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ସଭାପତି ରଜନୀକାନ୍ତ ମଣ୍ଡଳ ରାଜେନ୍ଦ୍ର ପଣ୍ଡା,ସୁରେଶ ବିଷୋୟୀ, ଏନ୍ ଜି ଓ ସଭାପତି ସମୀର ଆଚାର୍ଯ୍ୟ ସଂଯୋଜକ ପ୍ରଦୀପ ସାହୁ, ପ୍ରାକ୍ତନ ସମ୍ପାଦକ ପର୍ଶୁରାମ ଜେନା, ଚତୁର୍ଭୁଜ ଜେନା , ଅଜିତ ମଣ୍ଡଳ ,ବେଦ ପାଠଶାଳା ସଭାପତି ପ୍ରଧାନ ଆଚାର୍ଯ୍ୟ ମନୋଜ ପାଣିଗ୍ରାହୀ,ସମ୍ପାଦକ ଶ୍ରୀଧର ଦାସ, ହରିପ୍ରସାଦ ମଳନା, ଉମା ନାୟକ, ଜ୍ୟୋତ୍ନା ନାୟକ ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ ।