ଭୁବନେଶ୍ୱର : ଆଜିଠୁ ଖୋଲିଲା ବିଜେପିର ୨୪ ଘଂଟିଆ ନିର୍ବାଚନ ପ୍ରକୋଷ୍ଠ । ଆଗାମୀ ସାଧାରଣ ନିର୍ବାଚବକୁ ଦୃଷ୍ଟିରେ ରଖି ଏହି ପ୍ରକୋଷ୍ଠ ଖୋଲାଯାଇଛି । ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ, ଆଦର୍ଶ ଆଚାରଣ ସଂହିତା ଉଲ୍ଲଘଂନ କରୁଥିବା ସରକାର ବିରୁଦ୍ଧରେ କାର୍ଯ୍ୟପନ୍ଥା, ନିର୍ବାଚନ ସମୟରେ ସରକାରୀ କଳର ଅପବ୍ୟବହାର ଉପରେ ଦୃଷ୍ଟିରଖିବା, ନିର୍ବାଚନ କମିଶନ, ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବା ଆଦି କାର୍ଯ୍ୟରେ ଏହି ପ୍ରକୋଷ୍ଠ କାମ କରିବ ।
ଏହି ପ୍ରକୋଷ୍ଠର ମୁଖ୍ୟ ଭାବେ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କୁ ଦାୟୀତ୍ୱ ଦିଆଯାଇଛି । ସେହିପରି ପ୍ରକୋଷ୍ଠର ମୁଖ୍ୟ ସଂଯୋଜକ ଭାବେ ଅବସରପାପ୍ତ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ ଏବଂ ଅଶୋକ ତ୍ରିପାଠୀଙ୍କୁ ଦାୟୀତ୍ୱ ଦିଆଯାଇଛି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ନିର୍ବାଚନ ପ୍ରକୋଷ୍ଠର ସଦସ୍ୟ ଭାବେ ଆଇନଜୀବୀ ରବିନ୍ଦ୍ର ସର , ସଉରି ବନ୍ଧୁ ମହାପାତ୍ର , ରବିଶଙ୍କର ପଟ୍ଟନାୟକ , ସୂର୍ଯ୍ୟ ନାରାୟଣ ଦାସ , ଜୟନ୍ତ କୁମାରଜେନା, ଉମା ପଟ୍ଟନାୟକ, ଅନିଲ କୁମାର ଶତପଥୀ, ସତ୍ୟବ୍ରତ ନାୟକ, ଦିବାକର ହରିଚନ୍ଦନ, ବିଜୟ କୁମାର ସିଙ୍ଗମ୍, ଅତୁଲ କୁମାର ମହାନ୍ତି, ବିଶ୍ୱ ରଞ୍ଜନ ପଟ୍ଟନାୟକ, ଚିତ ରଞ୍ଜନ ଦାସ୍, ମୁରଲୀମନୋହର ପାତ୍ରଙ୍କୁ ଦାୟୀତ୍ୱ ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ କରିଥିବା ଆଦର୍ଶ ଆଚରଣ ବିଧି ଉଲଂଘନ କରିବା ଦେଖିଲେ , ସରକାରୀ କଳର ଅପ ବ୍ୟବହାର, ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଯେକୌଣସି ବେଆଇନ କାର୍ଯ୍ୟ ଦୃଷ୍ଟିକୁ ଆସିଲେ ସାଧାରଣ ନାଗରିକ ଫୋନ ମାଧ୍ୟମରେ ବିଜେପି ନିର୍ବାଚନ ପ୍ରକୋଷ୍ଠକୁ ଜଣାଇ ପାରିବେ । ପ୍ରକୋଷ୍ଠର ମୁଖ୍ୟ ସଂଯୋଜକ ଭାବେ ଅବସରପାପ୍ତ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ ମୋବାଇଲ ନଂ – ୯୪୩୭୯-୬୨୮୮୩ ଏବଂ ପ୍ରକୋଷ୍ଠ ସଦସ୍ୟ ଜୟନ୍ତ ଜେନା ମୋବାଇଲ ନଂ ୯୪୩୭୦-୨୬୪୦୩ ଫୋନ କରି ଜଣାଇପାରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
(ବିଜେପି ମିଡିଆ ସେଲ୍)