ଓଡିଶାକୁ ବିଳମ୍ବରେ ଛୁଇଁବ ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି । ଏହା ସହିତ କାଳବୈଶାଖୀ ପ୍ରଭାବରେ ସମୟେ ସମୟେ ଝଡବର୍ଷା ଅନୁଭୂତ ହୋଇଛି । ଏହି ମଧ୍ୟରେ ଚଳିତ ବର୍ଷ ଓଡିଶାକୁ ମୌସୁମୀ ଛୁଇଁବାରେ ବିଳମ୍ବ ହେବ ବୋଲି ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ମୌସୁମୀ ଏବେ ଆଣ୍ଡାମାନ ଦ୍ୱୀପ ଦେଇ ଗତି କରୁଛି । ପୂର୍ବ ନିର୍ଦ୍ଧାରଣ ସମୟାନୁସାରେ ଜୁନ ୬ରେ ମୌସୁମୀ କେରଳ ଉପକୂଳ ଛୁଇଁବ । ଓଡିଶାକୁ ସାଧାରଣତଃ ଜୁନ ୧୦ ମଧ୍ୟରେ ମୌସୁମୀ ଛୁଇଁଥାଏ । କିନ୍ତୁ ଏଥର ୬ରେ କେରଳ ଛୁଉଁଥିବାରୁ ଓଡିଶା ଆସିବାକୁ ବିଳମ୍ବ ହେବ ବୋଲି କୁହାଯାଉଛି । ତେବେ ରାଜ୍ୟରେ ଏବେ ପ୍ରାକ୍ ମୌସୁମୀ ଝଡବର୍ଷା ଚାଲିଛି । ଏହା ୩ରୁ ୪ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ପାଣିପାଗ ବିଭାଗ ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।