ବାୟୁସେନାର ଆଂଟାନୋଭ ଏନ-୩୨ ବିମାନ ନିଖୋଜ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାଇଁ ଆସିଛି ଦୁଃଖଦ ଖବର। ବାୟୁସେନାର ଏକ ବିମାନ ଅରୁଣାଚଳ ପ୍ରଦେଶରେ ନିଖୋଜ ହୋଇ ଯାଇଛି। ବିମାନଟି ଆସାମର ଜୋରାହାଟରୁ ଉଡ଼ାଣ ଭରିଥିଲା। ଏଥିରେ ମୋଟ୍ ୧୩ ଜଣ ଯାତ୍ରା କରୁଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବିଷୟରେ ବାୟୁସେନାର ଭାଇସ୍ ଚିଫଙ୍କ ସହ ଆଲୋଚନା କରି ସର୍ଚ୍ଚ ଅପରେସନ ବିଷୟରେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ନିଖୋଜ ଏୟାରକ୍ରାଫ୍ଟ ଏଏନ-୩୨ରେ ୮ କ୍ରୁ ମେମ୍ବର ଓ ୫ ଯାତ୍ରୀ ଥିଲେ। ଏୟାରକ୍ରାଫ୍ଟ ଏନ-୩୨ ଜୋରହାଟ ଏୟାରବେସରୁ  ମଧ୍ୟାହ୍ନ ୧୨.୨୫ ମିନିଟରେ ଉଡ଼ାଣ ଭରିଥିଲା। ଶେଷ ଥର ବିମାନଟି କଣ୍ଟ୍ରୋଲ ରୁମ ସହିତ ଦିନ ୧ଟାରେ ସଂଯୋଗ ହୋଇ ପାରିଥିଲା।

ବାୟୁସେନା ଏଏନ-୩୨ ବିମାନର ସନ୍ଧାନ ପାଇଁ ବାୟୁସେନା ନିଜର ସେନାକୁ ନିୟୋଜିତ କରିଛି। ବାୟୁସେନା ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଛି। ଏଥିରେ ସୁଖୋଇ ୩୦ ଏୟାରକ୍ରାଫ୍ଟ ଓ ସି-୧୩୦ ସ୍ପେଶାଲ ଅପରେସନ ଏୟାରକ୍ରାଫ୍ଟକୁ ନିୟୋଜିତ କରାଯାଇଛି। 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନାର ଉପ ପ୍ରମୁଖଙ୍କ ସହ କଥା ହୋଇ ସର୍ଚ୍ଚ ଅପରେସନ ବିଷୟରେ ଆଲୋଚନା କରିଛନ୍ତି। ସେ ଟ୍ଵିଟ୍ କରିଛନ୍ତି ଯେ, କିଛି ଘଣ୍ଟା ତଳେ ନିଖୋଜ ଆଇଏଏଫର  ଏଏନ-୩୨ ଏୟାରକ୍ରାଫ୍ଟ ବିଷୟରେ ବାୟୁସେନାର ଭାଇସ୍ ଚିଫ ମାର୍ଶାଲ ରାକେଶ ସିଂହ ଭଦୋରିଆ ସହ ଆଲୋଚନା କରିଛନ୍ତି। ମୁଁ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି।