ଆନ୍ଦୋଳନ କରିବାକୁ ଘୋଷଣା କଲେ ମମତା

କୋଲକାତା: ତୃଣମୂଳ କଂଗ୍ରେସ(ଟିଏମସି)ର ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନରେ ବ୍ୟବହୃତ ଇଲେକ୍ଟ୍ରୋନିକ  ଭୋଟିଂ ମେସିନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅନ୍ୟ ବିରୋଧୀ ଦଳକୁ ଅପିଲ କରିଛନ୍ତି ଯେ, ପୁଣି ଥରେ ବାଲାଟ୍ ପେପର ଜରିଆରେ ନିର୍ବାଚନ ପାଇଁ ନିଜର ସ୍ଵର ଉଠାନ୍ତୁ। ଇଭିଏମ ବିରୋଧରେ ଆନ୍ଦୋଳନର ଘୋଷଣା କରି ମମତା କହିଛନ୍ତି ଯେ, ଇଭିଏମ ସମ୍ବନ୍ଧିତ ବିବରଣୀର ଯାଞ୍ଚ ପାଇଁ ଫ୍ୟାକ୍ଟ-ଫାଇଡିଙ୍ଗ କମିଟିର ଗଠନ କରାଯିବା ଉଚିତ୍।

ଲୋକସଭା ନିର୍ବାଚନରେ ବିଜେପି ହାତରୁ ମାତ୍ ଖାଇବା ପରେ ମମତା ବାନାର୍ଜୀ ପାର୍ଟିର ସମୀକ୍ଷା କରୁଛନ୍ତି। ଏହି କ୍ରମରେ ସୋମବାର  ପାର୍ଟିର ନବ ନିର୍ବାଚିତ ସାଂସଦ, ବିଧାୟକ ଓ ମନ୍ତ୍ରୀଙ୍କ ସହିତ ବୈଠକ କରିଛନ୍ତି। ପ୍ରାୟ ୨ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ବିଜେପିର ଶକ୍ତି ବୃଦ୍ଧିକୁ ରୋକିବା ପାଇଁ ଅନେକ ଆନ୍ଦୋଳନ କରିବାର ରୂପ ରେଖା ପ୍ରସ୍ତୁତ କରିଛନ୍ତି। ମମତା ବାନାର୍ଜୀ ବିଜେପିର ହିନ୍ଦୁତ୍ଵ ଏଜେଣ୍ଡାର  ଜବାବରେ ବାଂଲା ସାଂସ୍କୃତିକୁ ଅସ୍ତ୍ର କରିବାକୁ ଯାଉଛନ୍ତି। 

ବୈଠକ ପରେ ମମତା ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, ଆମେକୁ ଗଣତନ୍ତ୍ରକୁ ବଞ୍ଚାଇବାର ଅଛି। ଆମକୁ ମେସିନ ଦରକାର ନାହିଁ, ଆମେ ବାଲାଟ ପେପର ସିଷ୍ଟମର  ପ୍ରତ୍ୟାବର୍ତ୍ତନ ଚାହୁଁଛୁ। ଏଥିପାଇଁ ଆନ୍ଦୋଳନ କରିବୁ ଏବଂ ଏହାର ଆରମ୍ଭ ପଶ୍ଚିମବଙ୍ଗରୁ ହେବ।

ଟିଏମସି ସୁପ୍ରିମୋ କହିଛନ୍ତି ଯେ, ମୁଁ ବିରୋଧୀର ସବୁ ୨୩ ପାର୍ଟିକୁ ଏକ ସଙ୍ଗେ ଆସି ପୁଣି ଥରେ ବାଲାଟ୍ ପେପରକୁ ଫେରାଇ ଆଣିବାକୁ ଦାବି କରିବାକୁ କହିଛି। ଆମେରିକା ପରି ଦେଶରେ ମଧ୍ୟ ଇଭିଏମକୁ ବ୍ୟାନ୍ କରାଯାଇଛି। ମମତା ବିଜେପି ଉପରେ ନିର୍ବାଚନ ଜିତିବା ପାଇଁ ଅର୍ଥବଳ, ବାହୁବଳ, ସରକାରୀ କଳ ଓ ମିଡିଆର ବ୍ୟବହାର କରୁଥିବା ଆରୋପ ଲଗାଇଛନ୍ତି।ମମତା ବାନାର୍ଜୀ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ରାଜ୍ୟର ୪୨ ସିଟରୁ ବିଜେପି ଜିତିଥିବା ୧୮ ସିଟ୍ ପାଇଁ ବାମ ମୋର୍ଚ୍ଚା ଦାୟୀ। ବିଜେପି କେବଳ ୧୮ ସିଟ୍ ଜିତି ପାରିଛି, ଯେଉଁ ପାର୍ଟି ୨୩ ସିଟ୍ ଜିତିବାକୁ ଦାବି କରୁଥିଲା।