ନର୍ସଙ୍କ ଟିକଟକ୍ ଭିଡିଓ ପ୍ରସଙ୍ଗ: ୪ଜଣଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ

ମାଲକାନଗିରି: ମାଲକାନଗିରି ହସ୍ପିଟାଲ ମଧ୍ୟରେ ନର୍ସମାନଙ୍କ ଟିକଟକ୍ ଭିଡିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ମାଲକାନଗିରି ପ୍ରଶାସନ । ମାଲକାନଗିରି ସିଡିଏମଓ ଏହି ଘଟଣାରେ ୪ଜଣ ନର୍ସଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ପଠାଇଛନ୍ତି ।

ସୂଚନାନୁସାରେ, ଗତକାଲି ସକାଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ନର୍ସମାନଙ୍କ ଏକ ଟିକଟକ୍ ଭିଡିଓ ଭାଇରାଲ ହୋଇଥିଲା । ନର୍ସମାନେ ମେଡିକାଲରେ ଥିବା ଚିକିତ୍ସାଧିନ ପିଲାଙ୍କୁ ନେଇ ଏହି ଭିଡିଓ ପ୍ରସ୍ତୁତ କରିଥିଲେ । ଏପରିକି ଚିକିତ୍ସିତ ହେଉଥିବା ପିଲାଙ୍କୁ ସେମାନେ ବେଡରୁ ଉଠାଇ ଭିଡିଓ କରିଥିଲେ । ଯାହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା ।

ଏହାପରେ ଜିଲ୍ଲା ପ୍ରଶାସନ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଏପରିକି ଜିଲ୍ଲା ସିଡିଏମଓ ନର୍ସଙ୍କୁ ନିଲମ୍ବନ କରିବାକୁ ସୁପାରିଶ କରିଥିଲେ । ସମସ୍ତ ଘଟଣାକୁ ଭତ୍ତି କରି ଆଜି ସିଡିଏମଓ ନର୍ସଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।