ଆଠଗଡ : ଜାତୀୟ ରାଜପଥ ( ୫୫ ନମ୍ବର ) ଆଠଗଡର ଖୁଣ୍ଟୁଣି ନିକଟରେ ଏକ ସଡକ ଦୁର୍ଘଟଣଆ ଘଟିଛି । ଭୋର ସମୟରେ ଗଟିଛି ଏଙି ଦୁର୍ଘଟଣା । ଏକ ନାଇଟ କୋଚ ବସ ଓ ୧୪ ଚକିଆ ଟ୍ରଲର (ଟ୍ରକ ) ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ଆହାତ ହୋିଥିବା ଖବର ମିଳିଛି । ଆହତ ମାନଙ୍କୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅଚନା ଅନୁଯାୟୀ, ନୂଆପଡ଼ା ଖରିଆର ରୋଡ୍ରୁ ଭୁବନେଶ୍ୱର ଆସୁଥିବା ଓଡ଼ି ୦୫ ଓ୍ଵାଇ ୪୦୯୭ ନମ୍ବର ବିଶିଷ୍ଟ ମଣିବାବା(ମଙ୍ଗଳା) ନାମକ ଏକ ନାଇଟ୍ କୋଚ୍ ବସ ସହିତ କୋଇଲା ଖାଲି କରି ଯାଉଥିବା ଏକ ୧୪ ଚକିଆ ଟ୍ରକ୍ର ଖୁଣ୍ଟୁଣୀ ବଜାର ଉପରେ ଭୋର ୫ଟା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ପୁଲିସ ଓ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ କରିଛନ୍ତି। ଏହି ଦୁର୍ଘଟଣାରେ ନୂଆପଡ଼ାର ଉଗ୍ରସେନ କାଣ୍ଡି(୫୨ ବର୍ଷ)ଗୁରୁତର ଭାବେ ଆହତ ହୋଇଥିିବାରୁ ତାଙ୍କୁ କଟକ ଏସ ସି ବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଯାଇଛିି। ବସ ଓ ଟ୍ରକ୍ର ଡ୍ରାଇଭରଙ୍କ ସହିତ ଅନ୍ୟ ୬ ଆହତ ଯାତ୍ରୀଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖୁଣ୍ଟୁଣୀ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।