ବାସର ରାତିରେ ବେଡରୁମ ଓ ଶେଜରେ ଫୁଲ ସଜ୍ଜା ଯାଏ କାହିଁକି ?

ଭୁବନେଶ୍ୱର : ବାହାଘର ପରେ ଜନ୍ମ ଜନ୍ମାନ୍ତର ସାଥୀ ହୋଇଥାନ୍ତି ଦୁଇ ଅପରିଚିତ ମଣିଷ । ପରସ୍ପରକୁ ଆରମ୍ଭ ହୋିଥାଏ ଭଲ ପାଇବା । ଜୀବନର ସାଥୀ ହୋଇ ସାରା ଜୀବନ କାଟନ୍ତି । ବାସର ରାତିରୁ ଆରମ୍ଭ ହୁଏ ଉଭୟଙ୍କ ପରିଚୟ । ଦୁହେଁ ଦୁହିଁଙ୍କୁ ଜାଣନ୍ତି । ଜୀବନର ଦ୍ୱିତୀୟ ସୋପାନ ସେଇ ବାସର ରାତିରୁ ହିଁ ଆରମ୍ଭ ହୁଏ । ସେଥି ପାଇଁତ ବାସର ରାତିର ଅନେକ ଗୁରୁତ୍ୱ ଓ ପବିତ୍ରତା ରହିଛି । ଆଉ ଏହାକୁ ସ୍ମରଣୀୟ କରିବାକୁ ସମସ୍ତେ ଚାହାନ୍ତି ।

ବାହାଘରର ଚାରି ଦିନ ପରେ ପଡେ ଚତୁର୍ଥୀ ବା ବାସର ରାତି । ଏହି ଦିନକୁ ନେଇ ନବ ବିବାହିତାଙ୍କ ମନରେ ଅନେକ ସ୍ପପ୍ନ ଥାଏ । ଏହି ରାତିରେ ଦୁଇଟି ଅଚିହ୍ନା ଲୋକ ଏକାଠି ରହିଥାନ୍ତି। ପରସ୍ପରକୁ ଚିହ୍ନିଥାନ୍ତି ଏବଂ ପରବର୍ତ୍ତୀ ସମୟରେ ଜୀବନସାରା ଦୁଃଖସୁଖର ସାଥୀ ପାଲଟିଥାନ୍ତି। ତେବେ ଚତୁର୍ଥୀ ରାତିରେ ସାଧାରଣତଃ ନବଦମ୍ପତିଙ୍କ ଘରକୁ ଫୁଲରେ ସଜାଯାଇଥାଏ । ଏହା ଏକ ପ୍ରାଚୀନ ପରମ୍ପରା । ଏପରି କରିବା ଦ୍ୱାରା କୌଣସି ନକାରାତ୍ମକ ଶକ୍ତିର ପ୍ରଭାବ ନବଦମ୍ପତିଙ୍କ ଉପରେ ପଡ଼େନାହିଁ। ସେମାନଙ୍କ ଜୀବନରେ ସୁଖଶାନ୍ତି ଆସିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

ତେବେ ଏହା ପଛରେ ମଧ୍ୟ ବୈଜ୍ଞାନିକ କାରଣ ରହିଛି । କୁହାଯାଏ ଫୁଲର ସୁଗନ୍ଧ ମଣିଷ ମନରେ ସାକତ୍ମକ ପ୍ରଭାବ ପକାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଫୁଲର ମହକ ଯୋଗୁ ନବ ଦମ୍ପତିଙ୍କ ମନରେ ପରସ୍ପର ପ୍ରତି ପ୍ରେମ ଓ ଆକର୍ଷଣ ବଢିଥାଏ। ଏହା ମସ୍ତିଷ୍କର ହାଇପୋଥାଲାମସ୍‌ ଉପରେ ପ୍ରଭାବ ପକାଏ। ଫଳରେ ହାପିନେସ୍‌ ହରମୋନ୍‌ ଓ ସେକ୍ସ୍‌ ହରମୋନ୍‌ କ୍ଷରଣ ହୁଏ। ଏହା ସହିତ ଫୁଲର ସୌନ୍ଦର‌୍ୟ୍ୟ ବାତାବରଣକୁ ମଧ୍ୟ କରିଥାଏ ରୋମାଣ୍ଟିକ୍‌ ।