“ବନ୍ଦେ ଉକ୍ରଳ ଜନନୀ. ” କୁ ରାଜ୍ୟ ସଙ୍ଗୀତ ମାନ୍ୟତା ନଥିବା ପ୍ରସଙ୍ଗରେ ନିଜକୁ ଆଂଚଳିକ ଦଳ ବୋଲି ପରିଚୟ ସୃଷ୍ଟି କରିଥିବା ଶାସକ ବିଜେଡିର ଓଡିଆ ଏବଂ ଓଡିଶା ପ୍ରତି ଆନ୍ତରିକତା ନାହିଁ : ବିଜେପି
ଭୁବନେଶ୍ୱର : ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ସମଗ୍ର ଭାରତ ବର୍ଷରେ ଓଡିଶା ମାନ୍ୟତା ପାଇଛି । ୨୦୦୩ ମସିହାରୁ “ବନ୍ଦେ ଉକ୍ରଳ ଜନନୀ…..” ଗୀତକୁ ପ୍ରଦେଶ ସଙ୍ଗୀତର ମର୍ଯ୍ୟାଦା ପ୍ରଦାନ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁ ଥର ରାଜ୍ୟ ସରକାରଙ୍କ ସହ ଆଲୋଚନା ଏବଂ ବୈଠକ ଅନୁଷ୍ଠିତ ହୋଇସାରିଛି । ସେହିପରି ଆଂଚଳିକ ଦଳ ବୋଲି ନିଜର ପରିଚୟ ସୃଷ୍ଟି କରିଥିବା ଶାସକ ବିଜୁ ଜନତା ଦଳ ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ରହିଛି । ଏହା ସତ୍ୱେ ବର୍ତମାନ ସୁଦ୍ଧା କାହିଁକି ଏହି ଗୀତକୁ ପ୍ରଦେଶ ସଙ୍ଗୀତ ମର୍ଯ୍ୟାଦା ପ୍ରଦାନ କରାଯାଇନାହିଁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାପାତ୍ର ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ନିଜକୁ ଆଂଚଳିକ ଦଳର ଭାବେ ବୋଲି କହି ନିଜର ପରିଚୟ ସୃଷ୍ଟି କରିଥିବା ଶାସକ ବିଜେଡି ଏହି ପ୍ରସଙ୍ଗରେ କାହିଁକି ପଛଘୁଂଚା ଦେଉଛି ? ବର୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ କାହିଁକି ଗେଜେଟ୍ ନୋଟିଫିକେସନ ପ୍ରକାଶ କରିନାହାନ୍ତି ? ସାଢେ ଚାରି କୋଟି ଓଡିଆଙ୍କ ଭାବାବେଗ ସହ ଖେଳିବାକୁ କିଏ ଅଧିକାର ଦେଇଛି ? ଏଭଳି ବହୁ ପ୍ରଶ୍ନର ଉତର ଶାସକ ବିଜେକୁ ଦେବାକୁ ପଡିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଓଡିଶା ଏବଂ ଓଡିଶାବାସୀଙ୍କ ପାଇଁ ଏହା ଏକ ନିଶ୍ଚିତ ଭାବେ ଦୁଃଖ ଏବଂ ପରିତାପର ବିଷୟ । ଆଜି ପର୍ଯ୍ୟନ୍ତ “ବନ୍ଦେ ଉକ୍ରଳ ଜନନୀ…..” ଗୀତକୁ ପ୍ରଦେଶ ସଙ୍ଗୀତର ମର୍ଯ୍ୟାଦା ନଦେଇ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ସମଗ୍ର ଓଡିଆ ଏବଂ ଓଡିଶାବାସୀଙ୍କ ପ୍ରତି ଥିବା ଆନ୍ତରିକତାକୁ ସ୍ପଷ୍ଟ କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ତିଳେ ମାତ୍ର ଆନ୍ତରିକତା ଥିଲେ ରାଜ୍ୟ ସରକାର ତୁରନ୍ତ ଗେଜେଟ୍ ନୋଟିଫିକେସନ ମାଧ୍ୟମରେ “ବନ୍ଦେ ଉକ୍ରଳ ଜନନୀ…..” ଗୀତକୁ ପ୍ରଦେଶ ସଙ୍ଗୀତର ମର୍ଯ୍ୟାଦା ପ୍ରଦାନ କରିବାକୁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।