୮ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

୮ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଖୋର୍ଦ୍ଧାରୁ ଟିକେଟ ମିଳିଛି। ସେହିପରି ବିଜେଡି ଛାଡିଥିବା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କୁ ହିନ୍ଦୋଳ ଆସନରୁ ଟିକେଟ ମିଳିଛି। ବିଜେଡି ଛାଡିଥିବା ଅଭିନେତା ଅରିନ୍ଦମ ରାୟଙ୍କୁ ସାଲେପୁରରୁ ବିଜେପି ପ୍ରାର୍ଥୀ କରିଛି।

ଚମ୍ପୁଆ ବିଧାନସଭା ଆସନରୁ ମୁରଲୀ ମନହୋର ଶର୍ମା, ତେଲକୋଇରୁ ଫକୀର ମୋହନ ନାୟକ, ବସ୍ତାରୁ ରବିନ୍ଦ୍ର ଅଣ୍ଡିଆ, ବାସୁଦେବପୁର ବାଣୀ କଲ୍ୟାଣ ମହାନ୍ତି, କେନ୍ଦ୍ରାପଡାରୁ ଗୀତାଞ୍ଜଳୀ ସେଠୀଙ୍କୁ ବିଜେପି ପ୍ରାର୍ଥୀ କରିଛି। ତେବେ ଏହି ୮ ଟି ଆସନ ଘୋଷଣା ପରେ ଆଉ ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି।