୨୮ରୁ ୨ଦିନିଆ ଓଡିଶା ଗସ୍ତରେ ଅମିତ ଶାହା

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ନାଗରିକ ସଂଶୋଧନ ଆଇନ ସମର୍ଥନରେ ଜନତାଙ୍କୁ କରିବେ ସମ୍ବୋଧନ । ଏନେଇ ଆସନ୍ତା ୨୮ ତାରିଖରେ ଭୁବନେଶ୍ବରରେ ବିଶାଳ ସମାବେଶରେ ଆୟୋଜନ ହେଉଥିବା ସୂଚନା ।

ଏହି ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଯୋଗ ଦେଇ ଓଡିଶାବାସୀଙ୍କୁ ଉଦବୋଧନ କରିବେ । ଏଥିସହ ସେ ଓଡିଶାବାସୀଙ୍କୁ ସିଏଏର ଯଥାର୍ଥତା ବୁଝାଇବେ । ଦେଶରେ ସିଏଏ ଓ ଏନଆରସିକୁ ନେଇ ଚାଲିଥିବା ଆନ୍ଦୋଳନରେ ସାମିଲ ନହୋଇ ଆଇନକୁ ସମର୍ଥନ କରିବା ପାଇଁ ସେ ଓଡିଶାବାସୀଙ୍କୁ ସମ୍ବାଧନ କରିବାର କାର୍ଯ୍ୟକ୍ରମ ରହିଛି ।