ବାରଣାସୀରେ ମୋଦି

ଲକ୍ଷ୍ନୌ: କାଶୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ସଂସଦୀୟ କ୍ଷେତ୍ରରେ ପହଂଚିବା ପରେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ନେତାମାନେ ମୋଦିଙ୍କୁ ସ୍ବାଗତ କରିଥିଲେ। ଏହାପରେ ମୋଦି ପ୍ରଥମେ ଜଙ୍ଗମବାଡୀ ମଠରେ ପହଂଚି ୩୮ ଦିବସୀୟ ବୀରଶୈବ ମହାକୁମ୍ଭର ଶତାବ୍ଦୀ ସମାରୋହରେ ସାମିଲ ହେବେ ।

ଏହାପରେ ବଡା ଲାଲପୁରସ୍ଥିତ ଟ୍ରେଣ୍ଡ ଫ୍ୟାସିଲିଟି ସେଂଟରରେ ଏକ ଜନପଦ-ଏକ ଉତ୍ପାଦ ଯୋଜନାକୁ ପ୍ରଗତି ପଥରେ ପ୍ରୋତ୍ସାହିତ କରୁଥିବା ହସ୍ତକଳା ପ୍ରଦର୍ଶନୀ ଓ ୟୁପି ଇଷ୍ଟିଚ୍ୟୁଟ ଡିଜାଇନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ‘କାଶୀ ଏକ ରୂପ ଅନେକ’ରେ ଟୁଲ କିଟ ବଂଟନ କରିବେ। ଏହାବ୍ୟତୀତ ପିଏମ ମୋଦି ପଣ୍ଡାବାସ୍ଥିତ ପଣ୍ଡିତ ଦୀନ ଦୟାଲଙ୍କ ସ୍ମୃତି ସ୍ଥଳର ଲୋକାର୍ପଣ କରିବା ସହ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ପଂଚଧାତୁରେ ନିର୍ମିତ ପ୍ରତିମୂର୍ତିକୁ ଅନାବରଣ କରିବେ ।

ଏହାପରେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ଏକ ଭିଡିଓ କନଫରେନସିଂ ଜରିଆରେ କ୍ୟାଂଟ ଷ୍ଟେସନରୁ କାଶୀ ଇନ୍ଦୋରରୁ ଆରମ୍ଭ ହେବାକୁ ଥିବା ଦେଶର ତୃତୀୟ କନଫରେନ୍ସ ଟ୍ରେନ ‘କାଶୀ ମହାକାଳ ହମସଫର ଏକ୍ସପ୍ରେସ’କୁ ସବୁଜ ପତାକା ଦେଖାଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହିଭଳି ଭାବେ ହଜାର କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ କରି କାଶୀବାସୀଙ୍କୁ ଉପହାର ଦେବେ ନରେନ୍ଦ୍ର ମୋଦି ।