ଦଶବର୍ଷ ଧରି ଦେବଗଡରେ ବିକାଶ ହୋଇନି : ପ୍ରଣବ ପ୍ରକାଶ

ବାରକୋଟରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଣବ

ସମ୍ବଲପୁର(ବ୍ୟୁରୋ) : ଦେବଗଡବାସୀ ଯାହାଙ୍କୁ ଭରସା କରି ଭୋଟ ଦେଇ ନିର୍ବାଚିତ କଲେ ସେମାନେ ଜନତା ଙ୍କୁ ଧରାଛୁଆଁ ଦେଇନାହାନ୍ତି । ଦଶବର୍ଷ ହେଲା ଦେବଗଡରେ ବିକାଶ ହୋଇନି । କେବଳ ମିଛ ପ୍ରତିଶୃତି ଦେଇ ଜନତା ଙ୍କୁ ଭୁଆଁ ବୁଲାଯାଇଛି ବୋଲି ଦେବଗଡ ସ୍ଥିତ ବାରକୋଟ ରୁ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । 

ତିଲେଇବଣି ରେ ସଭା କାର୍ଯ୍ୟକ୍ରମ ସାରିବା ପରେ ପ୍ରଣବ ପ୍ରକାଶ ବାରକୋଟ ଅଭିମୁଖେ ବାହାରିଥିଲେ । ହଜାର ହଜାର ସଂଖ୍ୟାରେ ଜନସାଧାରଣ ତାଙ୍କୁ ସମର୍ଥନ ଜଣାଇବା ପାଇଁ ସଭାରେ ଉପସ୍ଥିିତ ଥିଲେ । ସେଠାରେ ପହଞ୍ଚିବା ପରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସେ କହିଥିଲେ ଯେ ଦେବଗଡବାସୀଙ୍କ ସହିତ ବିଶ୍ୱାସଘାତକତା କରାଯାଇଛି । ପ୍ରତିଶୃତି ର ଫୁଳମାଳ ପିନ୍ଧାଇ ଦେବଗଡବାସୀଙ୍କ ଠାରୁ ଭୋଟ ହାତେଇବା ପରେ ଭାରତୀୟ ଜନତା ପାର୍ଟିର ନେତାମାନେ ଲୋକଙ୍କୁ ଦେଇଥିବା କଥା ଭୁଲିଯାଇଛନ୍ତି । ସମୟ ଆସିଛି ଆପଣମାନେ ଏହାର ଉଚିତ ଜବାବ ରଖିବେ ।

ନିର୍ବାଚନରେ ଯୋଡି ଶଙ୍ଖରେ ଭୋଟ ଦେଇ ବିକାଶ ବିରୋଧୀ ଙ୍କୁ ଉଚିତ ଜବାବ ଦେବେ ବୋଲି ସେ କହିଥିଲେ । ପ୍ରଣବ ପ୍ରକାଶ ଙ୍କୁ ପାଖରେ ପାଇ ବାରକୋଟବାସୀ ଅତ୍ୟନ୍ତ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ଆମର ଦୁଃଖସୁଃଖ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ ପଠାଇଥିବାରୁ ଆମେ ବହୁତ ଖୁସି ଅଛୁ । ଦେବଗଡ ରୁ ବିପୁଳ ପରିମାଣରେ ଭୋଟ ଦେଇ ପ୍ରଣବ ପ୍ରକାଶ ଙ୍କୁ ଜିତାଇବାକୁ ଲୋକେ ନିଷ୍ପତ୍ତି ନେଇସାରିଛନ୍ତି ବୋଲି ଲୋକଙ୍କ ମୁହଁରୁ ମତପ୍ରକାଶ ପାଇଛି ।