ଭୁବନେଶ୍ବର:ଉତ୍ତର ଓଡିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି ।ସ୍ଥଳଭାଗରେ ଏକ ଟ୍ରପ ଲାଇନ ରାଜସ୍ଥାନରୁ ଆସି ମଧ୍ୟପ୍ରଦେଶ, ଛତିଶଗଡ ଓ ଝାଡଖଣ୍ଡ ଦେଇ ଗତି କରୁଛି ଯାହାଫଳରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ବର୍ଷା ଏବଂ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ଜୁଲାଇ ୨,୩, ୪ ବେଳକୁ ରାଜ୍ୟର ସବୁ ସ୍ଥାନରେ ବର୍ଷା ସମ୍ଭାବନା ବୋଲି ପାଣିପାଗ ବିଭାଗର ଆକଳନ କରିଛି । ଜୁଲାଇ ୭ ଓ ୮ ବେଳକୁ ବର୍ଷାର ପରିମାଣ ବଢିବା ସହ ପାଗ ଖରାପ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୨୪ ଘଣ୍ଟା ମଧ୍ୟରେ ଯାଜପୁରରେ ସର୍ବାଧିକ ୧୪୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜୁନ୧ ରୁ ଆଜି ପର୍ଯ୍ୟନ୍ତ ୨୦୫ ମିଲିମିଟର ବର୍ଷା ହେବା କଥା ବର୍ତ୍ତମାନ ସୁଦ୍ଧା ୨୦୩ ମିଲିମିଟର ବର୍ଷା ହୋଇଛି ବୋଲି କହିଛି ପାଣିପାଗ ବିଭାଗ ।