ଆଜିଠୁ ୧୪ ଯାଏ ବର୍ଷିବ

ଭୁବନେଶ୍ବର: ଛତିଶଗଡ଼-ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ଏବେ...

ଭୁବନେଶ୍ବର: ଛତିଶଗଡ଼-ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ଏବେ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟ‌ର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଅପରପକ୍ଷେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ୪ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି କହିଛି। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ୧୧ରେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କଟକ, ଢେଙ୍କାନାଳର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଧା, ଗଞ୍ଜାମରେ ମୌସୁମୀ ବାୟୁ ସକ୍ରିୟ ଯୋଗୁଁ ତୁହାକୁ ତୁହା ବର୍ଷା ହୋଇପ‌ାରେ। ସେହିପରି ୧୨ ଓ ୧୩ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଢେଙ୍କାନାଳ, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ପୁରୀ ଜିଲ୍ଲାରେ ବର୍ଷା ହେବ। ୧୩ ଓ ୧୪ରେ ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହାପରେ ପାଗ ସାମାନ୍ୟ ପରିବର୍ତ୍ତନ ହେବ। ଆଜି ଚାନ୍ଦବାଲି ଓ ସମ୍ବଲପୁରରେ ୯ମିମି ଲେଖାଏ ବର୍ଷା ହୋଇଥିବାବେଳେ ବାଲେଶ୍ବରରେ ୦.୪ମିମି, କଟକରେ ୪ମିମି, ଭୁବନେଶ୍ବରରେ ୩.୫ମିମି, ଅନୁଗୁଳରେ ୦.୬ମିମି, ବା‌ରିପଦାରେ ୭ମିମି, ଝାରସୁଗୁଡ଼ା, ହୀରାକୁଦ ଓ ଟିଟିଲାଗଡ଼ରେ ୨ମିମି, ବଲାଙ୍ଗୀରରେ ୬.୬ମିମି, ସୋନପୁରରେ ୧ମିମି ବର୍ଷା ହୋଇଛି।

Spread the love
Categories
ଓଡିଶା

RELATED BY

  • ସ୍କୁଲ ଯିବନି ଜଗା, ମୁଣ୍ଡରେ ହେବ ଖପୁରୀ ପ୍ରତିରୋପଣ: ମନ୍ତ୍ରୀ

    କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଥିବା ଜଗାର ଖପୁରୀ ପ୍ରତ୍ୟାରୋପଣ ହେବ। ତେଣୁ ବର୍ତ୍ତମାନ ସ୍ଥିତିରେ ଜଗା ସ୍କୁଲ ଯାଇପାରିବ ନାହିଁ। ଖପୁରି ପ୍ରତିରୋପଣ ପରେ ସେ ସ୍କୁଲ ଯିବା ସମ୍ଭବ ହୋଇପାରିବ। କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଂଚଳର...
  • ଓଡ଼ିଶାରେ ନକଲି ସାମ୍ପୁ

    ବଲାଙ୍ଗୀର: ଘରେ ଘରେ ପରିଚିତ କ୍ଲିନିକ ପ୍ଲସ ସାମ୍ପୁର ନକଲି ଏବେ ବଜାରରେ ଦେଖିବାକୁ ମିଳିଛି | କିଛି ଏଭଳି ଅଭିଯୋଗ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ଆସିଛି | ବଜାରରେ ପ୍ୟାକେଟ୍ ପ୍ୟାକେଟ୍ ନକଲି ସାମ୍ପୁ ବିକ୍ରି ହେଉଥିବାବେଳେ ଏବେ ଏହାର...
  • ମଙ୍ଗୁମଠକୁ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

    ପୁରୀ:ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଏକ ଟ୍ୱିଟ୍‌ କରି କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ, ଏହି ମଠ ଗୁରୁ ନାନକଙ୍କ...
  • ନନ୍ଦନକାନନରେ ଅସୁସ୍ଥ ଦନ୍ତାହାତୀ ଚନ୍ଦନ ମୃତ

    ବାରଙ୍ଗ: ଶନିବାର ରାତିରେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀଶାଳରେ ରହୁଥିବା ଅସୁସ୍ଥ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଛି । ଅସୁସ୍ଥ ହୋଇପଡ଼ିଥିବା ଚନ୍ଦନକୁ ଆସାମ ଷ୍ଟେଟ୍‌ ଓ ସେଣ୍ଟର୍‌ ଫର୍‌ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ହେଲ୍‌ଥ୍‌ ଓଡ଼ିଶାର ପ୍ରବୀଣ ପଶୁଚିକିତ୍ସକମାନଙ୍କ...