ନୂଆ ମୋଟର ଯାନ ଆଇନ: ଜରିମାନା ହ୍ରାସ କଲେ ଗୁଜରାଟ ସରକାର

ଗାନ୍ଧିନଗର: ସେପ୍ଟେମ୍ବର ୧ରୁ ଦେଶରେ ନୂଆ ଟ୍ରାଫିକ ଓ ଜୋରିମାନା ଲାଗୁ ହେବା ପରେ ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କ ନାଁରେ ମୋଟା ଅଙ୍କର ଚାଲାଣ କଟା ଯାଉଥିବାରୁ ଚାରିଆଡ଼େ କୋକୁଆ ଭୟ ସୃଷ୍ଟି...

ଗାନ୍ଧିନଗର: ସେପ୍ଟେମ୍ବର ୧ରୁ ଦେଶରେ ନୂଆ ଟ୍ରାଫିକ ଓ ଜୋରିମାନା ଲାଗୁ ହେବା ପରେ ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କ ନାଁରେ ମୋଟା ଅଙ୍କର ଚାଲାଣ କଟା ଯାଉଥିବାରୁ ଚାରିଆଡ଼େ କୋକୁଆ ଭୟ ସୃଷ୍ଟି ହୋଇଛି।

ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟରେ ନୂଆ ମୋଟର ଭେଇକିଲ୍‌ ଆକ୍ଟରେ ଥିବା ଜୋରିମାନା ଅର୍ଥକୁ ସରକାର ହ୍ରାସ କରିଛନ୍ତି।

କେନ୍ଦ୍ର ସରକାର ଆଣିଥିବା ଏହି ନୂଆ ବିଲ୍‌କୁ ସଂସଦର ଉଭୟ ସଦନ ଅନୁମୋଦନ ଦେଇଥିଲା। ହେଲେ ଗୁଜରାଟ୍‌ ସରକାର ସ୍ୱତନ୍ତ୍ର ଅଧିକାର ବଦଳରେ ଟ୍ରାଫିକ ଜୋରିମାନା ହ୍ରାସ କରିଛନ୍ତି।

ଗୁଜାରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ଘୋଷଣା ଅନୁଯାୟୀ, ନୂଆ ନିୟମରେ ବିନା ହେଲମେଟ୍‌ରେ ଗାଡ଼ି ଚାଲକଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ୁଥିଲା। ହେଲେ ଗୁଜରାଟରେ ଏବେ ଏହା ୫୦୦ ଟଙ୍କା ରହିବ। କାର ଚାଳକ ବେଲ୍ଟ ନବାନ୍ଧିଲେ ମଧ୍ୟ ୫ଶହ ଟଙ୍କା ତଣ୍ଡ ଗଣିବେ। ପୂର୍ବରୁ ଏହା ମଧ୍ୟ ୧ ହଜାର ଟଙ୍କା ଥିଲା।

ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ପୂର୍ବରୁ ୫ ହଜାର ଟଙ୍କା ଜୋରିମାନ ଦେବାର ବ୍ୟବସ୍ଥା ଥିଲା। ହେଲେ ଗୁଜରାଟ ସରକାର ଦୁଇ ଚକିଆ ଏବଂ ୩ ଚକିଆ ଚାଳକଙ୍କ ପାଇଁ ଏହା ୨ ହଜାର ଟଙ୍କା ଏବଂ ୪ ଚକିଆ ଡ୍ରାଇଭରଙ୍କ ପାଇଁ ୩ ହଜାର ଟଙ୍କାକୁ ହ୍ରାସ କରିଛନ୍ତି।

ବିନା ଆରସିରେ ଗାଡ଼ି ଚଳାଉଥିବା ଲୋକଙ୍କୁ ପ୍ରଥମଥର ନିୟମ ଉଲ୍ଲଙ୍ଘନ ପାଇଁ ୫ଶହ ଓ ଦ୍ୱିତୀୟ ଥର ଉଲ୍ଲଙ୍ଘନ ପାଇଁ ୧ ହଜାର ଟଙ୍କା ତଣ୍ଡ ଦେବାକୁ ପଡ଼ିବ। ବାଇକରେ ୩ ଜଣଙ୍କୁ ବସାଇ ଗଲେ ନୂଆ ଆଇନ୍‌ ଅନୁଯାୟୀ, ୧ ହଜାର ଟଙ୍କା ଥିଲା। ହେଲେ ଗୁଜରାଟ ସରକାର ଏହାକୁ ୧ଶହ ଟଙ୍କାକୁ ହ୍ରାସ କରିଛନ୍ତି।

ପଲ୍ୟୁସନ ପ୍ରମାଣପତ୍ରରେ ଗାଡ଼ି ଚାଳକଙ୍କୁ ୧୦ ହଜାର ଟଙ୍କା ଜୋରିମାନା କରାଯାଉଥିଲା। ଗୁଜରାଟରେ ଏହି ଜୋରିମାନା ଅର୍ଥକୁ ଛୋଟ ଗାଡ଼ି ପାଇଁ ୧ହଜାର ଓ ବଡ଼ ଗାଡ଼ି ପାଇଁ ୩ ହଜାର ଟଙ୍କା ରଖାଯାଇଛି।

Spread the love
Categories
ଦେଶ-ବିଦେଶ

RELATED BY