“କାଳିଆ ‘ଯୋଜନାର ଦ୍ୱିତୀୟ ପ୍ରର୍ଯ୍ୟାୟ ଅର୍ଥ ଖୁବ ଶିଘ୍ର ମିଳିବ,୧୩ ଲକ୍ଷ ଚାଷୀ ୫ ଲକ୍ଷ ଭୂମିହୀନ ଚାଷୀ ପାଇବେ ଅର୍ଥ

ଭୁବନେଶ୍ବର: ଯୋଗ୍ୟ ହିତାଧିକାରୀଙ୍କୁ ଖୁବଶୀଘ୍ର ଦ୍ୱିତୀୟ ପର‌୍ୟ୍ୟାୟ କାଳିଆ ଯୋଜନା ଟଙ୍କା ମିଳିବ। ଏହା ଦ୍ବାରା ୧୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ୧୮ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ଚାଷୀ ଓ ୫ ଲକ୍ଷ ଭୂମିହୀନ କୃଷକ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଜୀବିକା ସହାୟତା ବାବଦରେ ଏହି ଟଙ୍କା ମିଳିବ ବୋଲି କୃଷି ମନ୍ତ୍ରୀ ଶଶୀଭୂଷଣ ବେହେରା ସୂଚନା ଦେଇଛନ୍ତି ।
ଯଦିଓ ଟଙ୍କା ମିଳିବାର ତାରିଖ ଧାର‌୍ୟ୍ୟ ହୋଇନାହିଁ, କିନ୍ତୁ ଖୁବଶୀଘ୍ର ହିତାଧିକାରୀଙ୍କୁ ଅର୍ଥ ମିଳିବ ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା । କାଳିଆ ଯୋଜନା ଏକ ଅଭୂତପୂର୍ବ ଯୋଜନା । ରାଜ୍ୟବାସୀ ଏହି ଯୋଜନାକୁ ପସନ୍ଦ କରୁଛନ୍ତି ଏବଂ ପ୍ରଥମ ପର‌୍ୟ୍ୟାୟ ଟଙ୍କା ପ୍ରଦାନ ସମୟରେ ଯେଉଁ ଅସୁବିଧା ହୋଇଥିଲା, ସେସବୁ ଉପରେ ସୁଧାର ଅଣାଯାଉଛି ବୋଲି ପ୍ରକାଶ କରିଛନ୍ତି କୃଷିମନ୍ତ୍ରୀ ।
ସୂଚନାଯୋଗ୍ୟ, ପ୍ରଥମ ପର‌୍ୟ୍ୟାୟ କାଳିଆ ଟଙ୍କା ଲୋକଙ୍କ ପାଖରେ ପହଞ୍ଚିସାରିଛି । ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ତେବେ କାଳିଆ ଟଙ୍କା ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା ପ୍ରତି ପଞ୍ଚାୟତ କାର‌୍ୟ୍ୟାଳୟରେ ପ୍ରକାଶ ପାଇଥିଲା । ଏହି ଯୋଜନାରେ ଅନୁସାରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ ।