ବାହାଘର ତିନି ମାସ ପରେ ପ୍ରିୟଙ୍କାଙ୍କୁ ନେଇ ଶାଶୁଘରୁ ଆସିଲା ଖୁସିଖବର,ଜାଣନ୍ତୁ କଣ

ମୁମ୍ବାଇ : ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବିଦେଶୀ ବର ନିକଙ୍କୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ଥାଏ । ଉଭୟଙ୍କ ପ୍ରେମ, ବିବାହକୁ ନେଇ ଢେର ଚର୍ଚ୍ଚା ରହିଥିଲା । ଏମିତିକି ଦୁହେଁ କେଉଁଠିକୁ ହନିମୁନ ଯାଇଥିଲେ ତାକୁ ନେଇ ବି ବେଶ ସୋସିଆଲ ମିଡିଆରେ ଚର୍ଚ୍ଚା ଓ ଫଟୋ ଘୁରିବୁଲିଲା । ତେବେ ଏବେ ପ୍ରିୟଙ୍କାଙ୍କ ସଂପର୍କରେ ତାଙ୍କ ଶାଶୁଘର ଲୋକେ ଏକ ଖୁସି ଖବର ଦେଇଛନ୍ତି । ବାହାଘରର ତିନି ମାସ ପରେ ତାଙ୍କ ଶାଶୁ ଘର ଲୋକେ ଖୁସି ଖବର ଦେଇଛନ୍ତି ।

ବିବାହ ପରେ ଉଭୟ ପ୍ରିୟଙ୍କା ଓ ନିକ୍ ନିଜ ନିଜ କାମରେ ବ୍ୟସ୍ତ ରହିଗଲେଣି । ପ୍ରିୟଙ୍କାଙ୍କ ଶଶ୍ଵର ଘର ତରଫରୁ ଯାହା ସ୍ଫଷ୍ଟ କରାଯାଇଛି, ସେ ଏବେ ନିଜର ହଲିଉଡ଼ ସିନେମା IS NOT IT ROMANTIC   ପାଇଁ ବ୍ୟସ୍ତ ଅଛନ୍ତି । ସେଥିପାଇଁ ସେହି ସିନେମାର ପ୍ରମୋଶନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି
ଏହି ସିନେମା ପ୍ରିୟଙ୍କାକୁ ହଲିଉଡ଼ରେ ଗୋଟେ ବଡ଼ କ୍ରେଜ ଦେବ ବୋଲି ଜଣାଯାଇଛି । ପ୍ରିୟଙ୍କା ଏହି ସିନେମାରେ ରୋମାଣ୍ଟିକ ସରପ୍ରାଇଜ ଦର୍ଶକଙ୍କୁ ଦେବେ ବୋଲି ଜଣାଯାଇଛି ।
ଦେଖାଯାଉ ଆଗକୁ ପ୍ରିୟଙ୍କା ସିନେମାରେ ନିଜର କରିସ୍ମା କେତେ ଦେଖାଉଛନ୍ତି । ବୈବାହିକ ଜୀବନରେ ଉଭୟ ଖୁସିଥିବା କଥା ଜଣାଯାଇଛି ।