IAS ସ୍ତରରେ ଅଦଳ ବଦଳ : ଅନୀଲ ସାମଲ ହେଲେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଏକ ଅଦଳ ବଦଳ ଖରିଛନ୍ତି । ଖାସ କରି ଜିଲ୍ଲାପାଳଙ୍କ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ନିର୍ବାଚନ ଆଗକୁ ଥିବାରୁ ଜିଲ୍ଲାପାଳ ମାନଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି । ସମର୍ଥ ବର୍ମାଙ୍କୁ ଭୁବନେଶ୍ବର ମହାନଗର ନିଗମ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ଅନୀଲ ସାମଲଙ୍କୁ ମିଳିଛି କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଦାୟୀତ୍ବ ।

IAS ସ୍ତରରେ ଅଦଳ ବଦଳ

ସମର୍ଥ ବର୍ମା ହେଲେ ଭୁବନେଶ୍ବର ମହାନଗର ନିଗମ କମିଶନର

ଅନୀଲ ସାମଲ- କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର

ବିଭୂତି ଭୂଷଣ ପଟ୍ଟନାୟକ- ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ

ଯାମିନୀ ଷଡ଼ଙ୍ଗୀ- ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ

ଗୁହା ପୁନମ୍‌ ତାପସ କୁମାର- ଜଗତସିଂହପୁର ଜିଲ୍ଲାପାଳ

ଶୁଭମ୍‌ ସକ୍ସେନା- ସମ୍ବଲପୁର ଜିଲ୍ଲାପାଳ

ବିଭୂତି ଭୂଷଣ ଦାସ- ଝାରସୁଗୁଡ଼ା ଜିଲ୍ଲାପାଳ

ପ୍ରମୋଦ ବେହେରା- ରାୟଗଡ଼ା ଜିଲ୍ଲାପାଳ

ମନୋଜ ମହାନ୍ତି- ଅନୁଗୁଳ ଜିଲ୍ଲାପାଳ