କୁନ୍ଦୁଲି ପ୍ରସଙ୍ଗ: ଧର୍ମେନ୍ଦ୍ରଙ୍କ ଆରୋପରେ ବିଜେଡିର ଜବାବ, କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ କହି ତଦନ୍ତ କରାଅ-ପ୍ରତାପ ଦେବ

ଭୁବନେଶ୍ବର: କୁନ୍ଦୁଲି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଆରୋପର ଜବାବ ରଖିଲା ବିଜେଡି ।  ପ୍ରେସମିଟ୍‌ରେ ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ ପ୍ରତିକ୍ରିୟା ଆମେ କେନ୍ଦ୍ରମନ୍ତ୍ରୀଙ୍କ ଆରୋପକୁ କଡା ଭାଷାରେ ନିନ୍ଦା କରୁଛୁ । ଏହା ସତ୍ୟ ଓ ତଥ୍ୟ ଉପରେ ଆଧାରିତ ନୁହେଁ । ଘଟଣା ଘଟିବା ପରଠୁ ରାଜ୍ୟ ସରକାର ଏହାକୁ ନେଇ ତତ୍ପର ଅଛନ୍ତି,ଘଟଣାରେ ଯେତେବେଳେ ଅଭିଯୋଗ ଆସିଛି ତଦନ୍ତ ପରିସର ବଢାଯାଇଛି । ନ୍ୟାୟିକ ତଦନ୍ତର ପରିସର ବୃଦ୍ଧି ପାଇଛି କେନ୍ଦ୍ର ଅର୍ଦ୍ଧ ସାମରିକ ବଳ ଏଥିରେ ସମ୍ପୃକ୍ତ ନାହିଁ ବୋଲି ରାଜ୍ୟ କ୍ଲିନଚିଟ ଦେଇଥିବା ନେଇ ମନ୍ତ୍ରୀ ଅଭିଯୋଗ ଆଣିଛନ୍ତି, ତାହା ଠିକ୍‌ ନୁହେଁ,ତଦନ୍ତ ଚାଲିଥିବା ବେଳେ କ୍ଲିନଚିଟ ଦିଆଯିବ କିପରି । ଏଥିସହିତ ଅଞ୍ଜନା ମିଶ୍ର କେସ ସହ ଏହାକୁ ଯୋଡା ଯିବାର ଆବଶ୍ୟକତା ନାହିଁ ତାହା ଭିନ୍ନ ପ୍ରସଙ୍ଗ ଏହା ଭିନ୍ନ ପ୍ରସଙ୍ଗ । ଏକଥା କହି କେବଳ ରାଜନୀତି କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ଏଥିରେ କାହାକୁ ଘଣ୍ଟ ଘୋଡାଉନାହାନ୍ତି କି ଘୋଡାଇବାକୁ ଚେଷ୍ଟା କରୁନାହାନ୍ତି ପୀଡିତା ପରିବାରକୁ ନ୍ୟାୟ ଦେବାକୁ ରାଜ୍ୟ ସରକାର ଚାହୁଁଛନ୍ତି ।  ନ୍ୟାୟିକ ତଦନ୍ତ ଉପରେ କଣ କେନ୍ଦ୍ରମନ୍ତ୍ରୀଙ୍କ ବିଶ୍ବାସ ନାହିଁ କି,ଯଦି ନାହିଁ ତାହେଲେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ କହି ତଦନ୍ତ କାହିଁକି କରୁନାହାନ୍ତି ।