କୁନ୍ଦୁଲି ପ୍ରସଙ୍ଗ: ରାଜ୍ୟ ସରକାଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର:କୁନ୍ଦୁଲି ପ୍ରସଙ୍ଗରେ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୁନ୍ଦୁଲି ଦୁଷ୍କର୍ମ ଘଟଣାର ଅଭିଯୋଗକୁ ଦୀର୍ଘ ୧୦୦ ଦିନ ଅତିକ୍ରାନ୍ତ କରିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍‌ ହୋଇ ବସିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ଏହା ସହିତ ବିଚାର ବିଭାଗୀୟ ତଦନ୍ତକୁ ଏକ ଗପ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ମୁଖ୍ୟମନ୍ତ୍ରୀ ଛୋଟ ପ୍ରସଙ୍ଗରେ ତୃତୀୟ ମହଲାରୁ ଓହ୍ଲାଇ ଆସି ଉତ୍ତର ରଖୁଥିବା ବେଳେ କୁନ୍ଦୁଲି ଘଟଣାରେ କ’ଣ ପାଇଁ କିଛି କହୁ ନାହାଁନ୍ତି । ଏହାର ଜବାବ ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟାରେ ଦେବା ସହିତ ତୁରନ୍ତ ସିବିଆଇ ତଦନ୍ତ କରନ୍ତୁ ବୋଲି ଧର୍ମେନ୍ଦ୍ର ଆହ୍ୱାନ କରିଛନ୍ତି । ଘଟଣାକୁ ଭିନ୍ନ ମୋଡ଼ ଦେଉଥିବା ପୋଲିସଙ୍କୁ କଡ଼ା ଦଣ୍ଡ ଦେବାକୁ ଧର୍ମେନ୍ଦ୍ର କହିଛନ୍ତି ।

ଘଟଣାର ସିବିଆଇ ତଦନ୍ତ ହେଉ । ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ଘଟଣାର ସମୀକ୍ଷା କାହିଁକି କରୁନାହାନ୍ତି ମୁଖ୍ୟମନ୍ତ୍ରୀ । ଫୋରେନସିକ ଲାବ ରିପୋର୍ଟକୁ ଏପଟ ସେପଟ କରିବାକୁ ଚେଷ୍ଟା କରାଯାଉଛି ଓ ତଥ୍ୟ ପ୍ରମାଣ ମୂଳପୋଛ ପାଇଁ ଚେଷ୍ଟା ହେଉଛି ଏହା ସହ ପୀଡିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ କାହିଁକି ପ୍ରମାଣ ଆଧାରରେ ନିଆଯାଇ କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୋଲିସ ଡିଜିଙ୍କ ନାଁରେ ଅଭିଯୋଗ ଅଛି ,ଅଭିଯୋଗରେ ଏଫ୍‌ଆଇଆର୍‌ ହୁଏ, ଅନୁସନ୍ଧାନ ହୁଏ ୧୦୦ ଦିନ ହେଲା କାହିଁକି କିଛି ପଦକ୍ଷେପ ହେଉନି ଶୁଣାଯାଉଛି ପୀଡିତାଙ୍କ ସୁଇସାଇଡାଲ ନୋଟ ଥିଲା, ତାହା ଗଲା କୁଆଡେ ସୁଇସାଇଡାଲ ନୋଟକୁ ଲୁଚାଇବାକୁ ଚେଷ୍ଟା କରାଯାଉଛି । ଏଥିସହିତ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ମହାଭରତ ଓ ରାମାୟଣ କଥା ଉଠାଇଲେ ସରକାରଙ୍କୁ ରାବଣ ଓ କୈରବଙ୍କ ସହ ଯୋଡିଛନ୍ତି । କୌରବମାନଙ୍କ ମଧ୍ୟରେ ବି ଏ ମନବୃତ୍ତି ଥିଲା ସୀତାଙ୍କୁ ଅସମ୍ମାନ କରି ରାବଣ ଲଙ୍କା ଛାରଖାର ହୋଇଥିଲା । ତେଣୁ ସରକାର ଆମେ ୨୪-୪୮ ସମୟ ଦେଉଛୁ, ମୁଖ୍ୟମନ୍ତ୍ରୀ ଏ ପ୍ରସଂଗରେ ଉତ୍ତର ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।